ହଣ୍ଡପା ୭ ଦିନ ସଟ୍ ଡାଉନ୍

You are currently viewing ହଣ୍ଡପା ୭ ଦିନ ସଟ୍ ଡାଉନ୍

ଅନୁଗୁଳ: କିଶୋରନଗର ବ୍ଲକ୍‌ରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରବିବାର ବଇଣ୍ଡା ଅଞ୍ଚଳରେ ସ୍ଵାବ୍ ପରୀକ୍ଷଣ କରାଯାଇଥିଲା। ସରଧାମୁଣ୍ଡା ଓ ଆନନ୍ଦମୁଣ୍ଡା ଗ୍ରାମରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ଏଠାରେ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା। ଡାକ୍ତର ସରୋଜ କୁମାର ନନ୍ଦ, ସରୋଜ କୁମାର ସାହୁ, ବି. ନାରାୟଣ ଦେହୁରୀ, ସୁମିତ୍ରା ବେହେରା, ସୁବାସ ସାହୁ ପ୍ରମୁଖ ସ୍ଵାବ୍ ସଂଗ୍ରହ କରି ପରୀକ୍ଷଣ କରିଥିଲେ । ତେବେ ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ହଣ୍ଡପା ଗ୍ରାମକୁ ୭ ଦିନ ପାଇଁ ସ୍ଥାନୀୟ ସରପଞ୍ଚ ଅମୀୟ ପ୍ରଧାନ ସଟଡାଉନ୍ ଘୋଷଣା କରିଛନ୍ତି। ସୋମବାରଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଦର୍ଶାଯାଇଛି। ଏହି ମର୍ମରେ ପଞ୍ଚାୟତ ତରଫରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା କୁହାଯାଇଛି।

Share

Leave a Reply