ଅନୁଗୁଳ: ଆଜି ଆଷାଢ଼ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶୈଳଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ପାଳିତ ହୋଇଛି। ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ମା’ ଲକ୍ଷ୍ମୀଙ୍କୁ ନ ନେଇ ଜନ୍ମ ବେଦୀକୁ ଯାଇଥିବାରୁ ସେ ରାଗି ଯାଇଥିଲେ। ଏଣୁ ସ୍ୱତନ୍ତ୍ର ବିମାନରେ ଗୁଣ୍ଡିଚା ଘର ଯାଇ ଜଗନ୍ନାଥଙ୍କ ରଥ ଭାଙ୍ଗି ଆସିଛନ୍ତି।
ଆଜି ସନ୍ଧ୍ୟା ସାତଟାରେ ଶୈଳ ଶ୍ରୀକ୍ଷେତ୍ରରୁ ସୁସଜ୍ଜିତ ବିମାନରେ ଦେବଦାସୀ ଏବଂ ସେବାୟତ ମାନଙ୍କୁ ନେଇ ମା’ ଲକ୍ଷ୍ମୀ ବାହାରିଥିଲେ। ବାଟରେ ପୁରୁଣା ବସ ଷ୍ଟାଣ୍ଡ ନୀଳକମଲ ପ୍ରାଙ୍ଗଣରେ ମା’ ଲକ୍ଷ୍ମୀଙ୍କୁ ଛେନା ଓ ମିଠାରେ ମାଜଣା କରାଯିବା ପରେ ମାଉସୀ ମା’ ମନ୍ଦିରକୁ ବାହାରିଥିଲେ। ସେଠାରେ ମା’ ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ସେବାୟତ ମଧ୍ୟରେ ପାରମ୍ପରିକ ବଚନିକା ପରେ ମା’ ନନ୍ଦିଘୋଷରୁ କାଠ ଖଣ୍ଡେ ଭାଙ୍ଗି ଶ୍ରୀ ମନ୍ଦିର ଫେରିଥିଲେ। ଏହି ହେରା ପଞ୍ଚମୀ ସମାରୋହ ଦେଖିବାକୁ ବହୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା।ଆଜି ଲକ୍ଷ୍ମୀ ରାଗରେ ଫେରିବା ଯୋଗୁ କାଲି ମହାପ୍ରଭୁଙ୍କ ନିର୍ଦ୍ଦେଶରେ ରଥର ମୋଡ଼ ହେବ ଓ ଶ୍ରୀମନ୍ଦିର ଫେରିବାକୁ ଠାକୁରମାନେ ପ୍ରସ୍ତୁତ ହେବେ।
1
f600b249-5c54-442c-a949-d6bc81000fab