ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପାଲଲହଡା ଉଭୟ ବାଳକ ଓ ବାଳିକା ଚମ୍ପିୟାନ

You are currently viewing ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପାଲଲହଡା ଉଭୟ ବାଳକ ଓ ବାଳିକା ଚମ୍ପିୟାନ

ଅନୁଗୁଳ: ତିନିଦିନ ଧରି ଅନୁଗୁଳ ଷ୍ଟାଡିୟମରେ ଚାଲି ଆସିଥିବା ଫିଫା ୱାଲଡ଼ କପ ସ୍ମାରକୀ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫୁଟବଲର ଲୋକପ୍ରିୟତା ବିଶ୍ଵବ୍ୟାପୀ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ଏସପି ଜଗମୋହନ ମୀନା ଯୋଗ ଦେଇ ପିଲାମାନେ ଅଭ୍ୟାସ ଜାରି ରଖିଲେ ଖେଳରେ ବି ଦେଶ ପାଇଁ ସୁନାମ ଆଣିପାରିବେ ବୋଲି କହିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଏଡିଇଓ ଅଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଫାଇନାଲ ବାଳକ ବିଭାଗରେ ପାଲଲହଡ଼ା ୩-୦ରେ ଛେଣ୍ଡିପଦାକୁ ହରାଇ ଟ୍ରଫି ହାସଲ କରିଥିଲା।ସେହିଭଳି ବାଳିକା ବିଭାଗରେ ପାଲଲହଡା (ବି) ପାଲଲହଡା (ଏ)କୁ ୨-୦ରେ ହରାଇ ଚମ୍ପିୟାନ ହୋଇଥିଲା । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା କ।ର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply