ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢୁଛି । ଅନୁଗୁଳ ଜେଲ୍ରେ କ୍ଷମତା ଠାରୁ ଅଧିକ କଏଦୀ ରହୁଥିବା ବେଳେ ଜେଲ୍ରେ ସଂକ୍ରମଣ ଭୟ ରହିଛି। ବୁଧବାର ଜେଲ୍ ଆଇଜି ହିମାଂଶୁ ଲାଲ୍ ଓ ଡିଆଇଜି(ମୁଖ୍ୟାଳୟ) ଶୁଭକାନ୍ତ ମିଶ୍ର ଅନୁଗୁଳ ଜେଲ୍ ପରିଦର୍ଶନରେ ଆସି କୋଭିଡ୍ ସ୍ଥିତି ଯାଞ୍ଚ କରିଛନ୍ତି। ଆଇଜି ଜେଲ୍ର କ୍ଵାରେଣ୍ଟାଇନ୍ ସେଣ୍ଟର ବୁଲି ଦେଖିବା ସହିତ ଦ୍ବିତୀୟ ଲହର ଭୟଙ୍କର ସାବ୍ୟସ୍ତ ହୋଇଥିବାରୁ ଅଧିକ ସତର୍କ ରହିବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ରହି ଉଭୟ ଜେଲ୍ର ଖାଦ୍ୟ ଯାଞ୍ଚ କରିବା ସହିତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏଥିସହିତ ଜେଲ୍ରେ ଥିବା ଅନ୍ତେବାସୀଙ୍କ ସମସ୍ୟା ବୁଝିବା ସହିତ ହାର୍ଡକୋର ଅପରାଧୀଙ୍କ ଆଚରଣ ଓ ଗତିବିଧି ବିଷୟରେ ଜେଲ୍ କର୍ତ୍ତୃପକ୍ଷଙ୍କ ଠାରୁ ପଚାରି ବୁଝିଥିଲେ। ଯେଉଁ କଏଦୀମାନଙ୍କୁ ଆଚରଣରେ ସନ୍ଦେହ ପ୍ରକଟ ହେବ, ସେମାନଙ୍କୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ଲାଲ୍ ପ୍ରକାଶ କରିଥିଲେ । ଏ ସଂକ୍ରାନ୍ତରେ ଅନୁଗୁଳ ଜେଲ୍ ଅଧିକ୍ଷକ ସୁଚିତ୍ରା ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ବିଭାଗୀୟ ଅଧିକାରୀଙ୍କ ଏହା ହେଉଛି ରୁଟିନ୍ ଯାଞ୍ଚ। କରୋନା ସଂକ୍ରମଣ ବଢ଼ି ବା ସହ ଲକଡାଉନ୍ ଆରମ୍ଭ ହୋଇଥିବାରୁ, ସେମାନେ ଜେଲ୍ର ସ୍ଥିତି ଅନୁଧ୍ୟାନ କରିଥିଲେ। ଜେଲ୍ ପରିଚାଳନାରେ ଉପରିସ୍ଥ ଅଧିକାରୀ ସନ୍ତୋଷ ବ୍ୟକ୍ତ କରିଥିବା ସେ ପ୍ରକାଶ କରିଛନ୍ତି।
ଜେଲ୍ ଆଇଜିଙ୍କ ଅନୁଗୁଳ ଜେଲ୍ ପରିଦର୍ଶନ
- Post published:May 6, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal

Tags: Angul