ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ଵାରା ଅନୁଗୁଳ ବ୍ଲକ୍ର ୩ଟି ରାସ୍ତା ନିର୍ମାଣ ପାଇଁ ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ହେବ । ଅନୁଗୁଳ ବିଧାନସଭା କ୍ଷେତ୍ରର ବାରଗୌଣିଆ-ମାଗୁରଖାଲ, ଖାଲଗାଁ-କନ୍ତମେଘ ଓ ହମାମିରା ଛକଠାରୁ ମରଣ୍ଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ଏଥିଲାଗି ଯଥାକ୍ରମେ ୨.୪୭ କୋଟି, ୩.୫୫ କୋଟି ଓ ୨.୯୭ କୋଟି ଟଙ୍କା ମଂଜୁର ହୋଇଛି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା କୃପାସିନ୍ଧୁ ସାହୁ, ନାରାୟଣ ସାହୁ, ସରୋଜ ପଟ୍ଟନାୟକ, ସରୋଜ ପ୍ରଧାନ, ଟୁନା ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ରବିନାରାୟଣ ନାଏକ, ଅନାଥ ସାହୁ, ରଞ୍ଜନ ସାହୁ, ନବ ବିଶ୍ବାଳ, ସରୋଜ ନାରାୟଣ ସାହୁ, ବିଜୟ ନାଥ, ରାକେଶ ନନ୍ଦ ଓ ଅରୁଣାଭ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
୩ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ
- Post published:May 4, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
