ଅନୁଗୁଳ: ତାଳଚେର ହାଟତୋଟା ସ୍ଥିତ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୀର୍ଘଦିନ ଧରି ମହିଳା ମହାବିଦ୍ୟାଳୟରେ ଛାତ୍ରୀନିବାସର ଅଭାବ ରହିଥିବାରୁ ଏହାକୁ ଏମସିଏଲ୍ ପକ୍ଷରୁ ନିର୍ମାଣ କରାଯିବା ପାଇଁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶିବାନୀ ମହାପାତ୍ର, ତାଳଚେର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିନୟ କୁମାର ଖୁଲାର, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବାବାଜୀ ମିଶ୍ର, ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କ ସମେତ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ଏମ୍ସିଏଲ୍ର ସାମାଜିକ ଦାୟିତ୍ବବୋଧ ଯୋଜନା (ସିଏସ୍ଆର) ପାଣ୍ଠିରୁ ପ୍ରାୟ ୩ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଛାତ୍ରୀନିବାସ ନିର୍ମାଣ କରାଯିବ।
ଛାତ୍ରୀନିବାସର ଭିତ୍ତିପ୍ରସ୍ତର ସ୍ଥାପନ
- Post published:July 14, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
