ବେଧଡ଼କ ମଦ କାରବାର, ଜଣେ ଗିରଫ

You are currently viewing ବେଧଡ଼କ ମଦ କାରବାର, ଜଣେ ଗିରଫ

ଅନୁଗୁଳ: ବଅଁରପାଳ ଥାନା ଇଲାକାରେ ବେଧଡକ ଭାବେ ଚାଲିଛି ମଦ ବିକ୍ରି। ଏହି ଚୋରା କାରବାରରେ ରୋକ୍ ଲଗାଇବା ପାଇଁ ବଅଁରପାଳ ପୁଲିସ୍ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ନୂଆହତା ଗ୍ରାମର ଏକ ଦୋକାନରେ ଚଢ଼ାଉ କରି ଦୋକାନରୁ ୫ଟି ପେଟିରେ ଥିବା ସାଢ଼େ ୩୦ ଲିଟର ବିଦେଶୀ ମଦ ଜବତ କରିଛି । ଚୋରା ମଦ କାରବାରରେ ସମ୍ପୃକ୍ତ ଦିନେଶ ସାହୁଙ୍କୁ ପୁଲିସ୍ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ପୁଲିସ ସୂଚନା ମୁତାବକ ଦିନେଶ ଗାଁରେ ଏକ ତେଜରାତି ଦୋକାନ କରିବା ସହ ଏଥିରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରେ। ଏଥିସହ ଏହି ଦୋକାନରେ ସେ ବେଧଡ଼କ ଭାବେ ମଦ କାରବାର କରୁଥିଲା। ଏନେଇ ପୁଲିସ୍ ଅଭିଯୋଗ ପାଇବା ପରେ ଦୋକାନ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଥିଲା।

Share

Leave a Reply