ଅନନ୍ତ ବିହାର ଡିଏଭିରେ ଲିଟରେଚର କନକ୍ଲେଭ୍ ଏବଂ କ୍ୟାରିୟର କାଉନସେଲିଂ ଆୟୋଜିତ

You are currently viewing ଅନନ୍ତ ବିହାର ଡିଏଭିରେ ଲିଟରେଚର କନକ୍ଲେଭ୍ ଏବଂ କ୍ୟାରିୟର କାଉନସେଲିଂ ଆୟୋଜିତ

ତାଳଚେର: ସ୍ଥାନୀୟ ମହାନଦୀ କୋଲ୍ ଫିଲ୍ଡ,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ଦ୍ଵାରା ଅନନ୍ତ ସ୍ଥିତ ଗ୍ରୀନଭାଲି ଅଡିଟୋରିଅମରେ ଲିଟରେଚର କନକ୍ଲେଭ୍ ଏବଂ କ୍ୟାରିୟର କାଉନସେଲିଂ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ଏମ୍.ସି.ଏଲ୍.ଜଗନ୍ନାଥ କ୍ଷେତ୍ରର ମୁଖ୍ୟ ଫାଇନାନ୍ସ ମ୍ୟାନେଜର ଏ.କେ.ରାୟ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଓଡିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପୂର୍ବତନ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ୍ତ କୁମାର ବାରିକ, ଗଳ୍ପ କଥାକାର ଝଞ୍ଜା ଦାସ, ଅଧ୍ୟାପିକା ସୁନୀତା ସାହୁ ପ୍ରମୁଖ ଯୋଗଦାନ କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ଝଞ୍ଜା ଦାସ ମନୋରଞ୍ଜନ ମାଧ୍ୟମରେ ଗଳ୍ପ ଉପସ୍ଥାପନା ଶୈଳୀରେ ପିଲାମାନଙ୍କୁ ଆକୃଷ୍ଟ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ସାହିତ୍ୟକୁ ନେଇ ଛାତ୍ରଛାତ୍ରୀ କିଭଳି ନିଜର ଉଜ୍ଜ୍ଵଳ ଭବିଷ୍ୟତ ଗଢ଼ି ପାରିବେ ଏବଂ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ସମାଜରେ ଆପଣାକୁ ପ୍ରତିଷ୍ଠିତ କରି ପାରିବେ, ସେ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଅନ୍ତିମ ପର୍ଯ୍ୟାୟରେ”ଅନନ୍ତ ସାହିତ୍ୟ ଆସର” ଆନୁକୂଲ୍ୟରେ କବିତା ସଙ୍କଳନ “ସୃଜନୀ” ଉନ୍ମୋଚନ କରାଯାଇଥିଲା। ଅଧ୍ୟାପକ ଡକ୍ଟର ଅନ୍ତର୍ଯ୍ୟାମୀ ସାହୁ ଉନ୍ମୋଚିତ ପୁସ୍ତକକୁ ସମୀକ୍ଷା କରିବା ସହିତ ପ୍ରକାଶିକା ଜ୍ୟୋତି ମିଶ୍ରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ କରୁଣାକର ସାହୁ, ଧୀରେନ୍ କୁମାର ପ୍ରଧାନ, ଆଇ.ଜି.ଆଇ.ଟି. ସରାଙ୍ଗର ସହକାରୀ ପ୍ରଫେସର ରମେଶ କୁମାର ସାହୁ, ଶିକ୍ଷୟିତ୍ରୀ ପ୍ରତ୍ୟୁଷା ଅମାନ୍ତ, କ୍ରିଷ୍ଣା ପାଣି, ଶିକ୍ଷକ ମାନସ ରଞ୍ଜନ ମିଶ୍ର, ସମ୍ପଦ ଜେନା, ସୁଧାଂଶୁ ସ୍ଵାଇଁ, ସବ୍ୟସାଚୀ ପ୍ରଧାନ, ମହେନ୍ଦ୍ର ବେହେରା,ରୀତାରାଣୀ ତ୍ରିପାଠୀ, ଜ୍ୟୋତି ଜିନ୍ଦଲ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ମନସ୍ଵିନୀ ନନ୍ଦ, ରଞ୍ଜନ ସାମଲ, ନିରଞ୍ଜନ ସାହୁ,ରବି ନାରାୟଣ ପଣ୍ଡା, ସୀମାଞ୍ଚଳ ପତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Share

Leave a Reply