ମା’ ପିତାବଳୀ ଠାକୁରାଣୀଙ୍କ ବାର୍ଷିକ ପୂଜା

You are currently viewing ମା’ ପିତାବଳୀ ଠାକୁରାଣୀଙ୍କ ବାର୍ଷିକ ପୂଜା

ଅନୁଗୁଳ: ଅନୁଗୁଳ ଜିଲ୍ଲା କାଣ୍ଡସର ଗାଁର ଆରାଧ୍ୟ ଗ୍ରାମଦେବୀ ପିତାବଳି ଓ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ପୀଠରେ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ରଗୁଡ଼ି ସାହି ଏବଂ ଗଉଡ ସାହିର ଦିଅଁ ଘରଠାରୁ ଠାକୁରାଣିଙ୍କ ଆଲମ, ଚାମର, ଢୋଲ ବାଦ୍ୟର ଶୋଭାଯାତ୍ରାରେ ସାମିଲ ହୋଇ ଗାଁ ପରିକ୍ରମା କରି ପ୍ରଥମେ ୫୫ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ମା’ ପିତାବଳି ଠାକୁରାଣୀ ପୀଠରେ ପହଞ୍ଚି ଥିଲା। ପରେ ସେଠାରୁ କପିଳେଶ୍ଵର ମନ୍ଦିର ନିକଟସ୍ଥ ଖମ୍ବେଶ୍ୱରୀ ପୀଠକୁ ଯାଇଥିଲେ।

ପିତାବଳି ପୀଢ଼ଠାରେ ମାଜଣା ପର୍ବପରେ ପୂଜକ ଭାଗ୍ୟ ମହାଳିକ ମୁଖ୍ୟ ପୂଜା ଆରାଧନା କରିଥିଲେ। ମା’ ପିତାବଳିଙ୍କ ମହିମା ଏ ଅଞ୍ଚଳରେ ବେଶ ପ୍ରସିଦ୍ଧି ରହିଛି। ବାଟୋଇମାନେ ବର୍ଷ ତମାମ ପୀଠରେ ଭକ୍ତିପୂତ କାମନା କରିଥାନ୍ତି। ମା’ଙ୍କ ପୂଜା ଉତ୍ସବରେ ଗ୍ରାମବାସୀଙ୍କ ସମେତ ବହୁ ସଂଖ୍ୟାରେ ପଥିକମାନେ ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଗ୍ରାମର ବୋଇଦ ମହାଳିକ, ମାନସ ମହାଳିକ, ନିର ମହାଳିକ, ଛବି ମହାଳିକ, ଯୋଗେଶ୍ବର ମହାଳିକ, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ପ୍ରମୋଦ ସାହୁ, ରାଜା ନାୟକ, ମାନସ
ମହାଳିକ ଓ ଗ୍ରାମବାସୀଙ୍କ ସହଯୋଗରେ ଶୃଙ୍ଖଳାର ସହ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା।

Share

Leave a Reply