ଅନୁଗୁଳ: ବିଦାୟ ନେଲେ ମା’ ଦଶଭୁଜା। ଶେଷ ହେଲା ଦଶହରା ପର୍ବ । ତେବେ ରବିବାର ମା’ଙ୍କ ଭସାଣି ପର୍ବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ମା’ଙ୍କ ଆଜ୍ଞାଲଡୁ ଓ ଆଜ୍ଞାମାଳ ନିଲାମ। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଖୋଲୁଆ ଗ୍ରାମରେ ଗତ କିଛି ବର୍ଷ ହେଲା ଶାରଦୀୟ ଦୁର୍ଗାପୂଜା ପାଳନ କରାଯାଇ ଆସୁଅଛି। ଭସାଣି ଅବସରରେ ରବିବାର ମା’ଙ୍କ ଆଜ୍ଞାଲଡୁ ନିଲାମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୋଭିଡ଼ କଟକଣା ଯୋଗୁଁ ବିନା ଭକ୍ତ ଏବଂ ଦର୍ଶକରେ ରୀତିନୀତିରେ ପୂଜା ଶେଷ ହୋଇଥିଲା ବେଳେ ନିରାଡମ୍ବର ଭାବେ ମା’ଙ୍କୁ ବିଦାୟ ଦିଆଯାଇଥିଲା। ଦୁଷ୍ମନ୍ତ ପଟ୍ଟନାୟକ ସର୍ବାଧିକ ୫୦ ହଜାର ଟଙ୍କା ନିଲାମ ଡାକି ମା’ଙ୍କ ଆଜ୍ଞାଲଡୁ ହାସଲ କରିଥିଲେ । ଆୟୋଜକ କମିଟି ପକ୍ଷରୁ ଦୁଷ୍ମନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
୫୦ ହଜାର ଟଙ୍କାରେ ମା’ଙ୍କ ଆଜ୍ଞାଲଡୁ ନିଲାମ
- Post published:October 18, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
