ପାଳଲହଡ଼ା ବିଧାୟକଙ୍କ ମାରାଥନ ଗସ୍ତ: ପ୍ରକଳ୍ପ ଉଦଘାଟନ ସହ ଭୂୟାଁ ସମାଜ ଗୃହ ପାଇଁ ପ୍ରତିଶ୍ରୁତି

You are currently viewing ପାଳଲହଡ଼ା ବିଧାୟକଙ୍କ ମାରାଥନ ଗସ୍ତ: ପ୍ରକଳ୍ପ ଉଦଘାଟନ ସହ ଭୂୟାଁ ସମାଜ ଗୃହ ପାଇଁ ପ୍ରତିଶ୍ରୁତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅଶୋକ ମହାନ୍ତି ବନ୍ଧାଭୂଇଁ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଡୁଡ଼ିପାଣି ଗ୍ରାମରେ ୩.୫ ଲକ୍ଷ ଟଙ୍କାର କଂକ୍ରିଟ୍ ରାସ୍ତା ଉଦ୍ଘାଟନ କରିବା ସହ ଜମରଡିହ ସାପ୍ତାହିକ ହାଟର ଉନ୍ନତୀକରଣ ପାଇଁ ୧୦ ଲକ୍ଷ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ହାଟ ପାଖରେ ପାନୀୟ ଜଳର ସମସ୍ୟା ଦୂର କରିବାକୁ ସେ ତୁରନ୍ତ ନଳକୂପ ଖୋଳିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ପଞ୍ଚପଡ଼ାଠାରେ ଆୟୋଜିତ ଭୂୟାଁ ସମାଜର ବାର୍ଷିକ ବୈଠକରେ ବିଧାୟକ ଯୋଗ ଦେଇଥିଲେ। ଅଞ୍ଚଳର ବିକାଶରେ ଭୂୟାଁ ସମାଜର ଭୂମିକାକୁ ପ୍ରଶଂସା କରିବା ସହ ଯୁଗପୁରୁଷ ଧରଣୀଧର ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଏକ ସମାଜ ଗୃହ ନିର୍ମାଣ ପାଇଁ ସେ ଘୋଷଣା କରିଛନ୍ତି।

ଏହି ଅବସରରେ ସମିତି ସଭ୍ୟ ଅନନ୍ତ ନାୟକ, ବିଜେପି ନେତା ଲିଙ୍ଗରାଜ ଦାସ, ଆଶିଷ ସାମଲ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରାମ୍ୟ ହାଟ ଓ ରାସ୍ତାର ସୁଧାର ଦ୍ୱାରା ସ୍ଥାନୀୟ ବ୍ୟବସାୟୀ ଏବଂ ଜନସାଧାରଣ ବିଶେଷ ଉପକୃତ ହେବେ ବୋଲି ବିଧାୟକ ପ୍ରକାଶ କରିଛନ୍ତି।

Share

Leave a Reply