ଫିଲ୍ମ ଷ୍ଟାଇଲରେ ଗାଁ ସଭାପତିଙ୍କୁ ହତ୍ୟା !

You are currently viewing ଫିଲ୍ମ ଷ୍ଟାଇଲରେ ଗାଁ ସଭାପତିଙ୍କୁ ହତ୍ୟା !

ଅନୁଗୁଳ: ଶନିବାର ବିଳମ୍ବିତ ରାତିରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଫିଲ୍ମ ଷ୍ଟାଇଲରେ ଏକ ହତ୍ୟା କାଣ୍ଡ ଘଟିଥିବା କୁହାଯାଉଛି। ଗାଁର ସଭାପତି ବାଳକୃଷ୍ଣ ନାୟକ (୫୮) ଶନିବାର ରାତିରେ ନିଜ ଘର ଠାରୁ କିଛି ଦୂରରେ ଥିବା କୁକୁଡ଼ା ଫାର୍ମରେ ଶୋଇ ଥିଲେ। ବିଳମ୍ବିତ ରାତିରେ ତିନି ଜଣ ଦୁବୁର୍ତ୍ତ ଫାର୍ମ ହାଉସ ଭିତରେ ପଶି ବାଳକୃଷ୍ଣଙ୍କୁ ଧରି କିଛି ଇଞ୍ଜେକସନ ଫୋଡ଼ି ଦେଇ ପଳାଇ ଯାଇଥିଲେ। ଏହାପରେ ବିଷ ଜ୍ଵାଳାରେ ଛଟପଟ ହୋଇ ବାଳକୃଷ୍ଣ ଘରକୁ ଦୌଡ଼ି ପଳାଇ ଆସି ତାଙ୍କୁ କିଛି ଫୋଡି ଦିଆଯାଇଥିବା କହିବା ସହ ବାନ୍ତି କରିଥିଲେ।ଏହାପରେ ସେ ଅଚେତ୍ ହୋଇଯାଇଥିଲେ।

ପରିବାର ଲୋକେ ତାଙ୍କୁ ତୁରନ୍ତ ଅନୁଗୁଳ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ପଠାଇ ଥିଲେ। କିନ୍ତୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କ ଶବକୁ ବ୍ୟବଛେଦ ପାଇଁ ଅନୁଗୁଳ ଡାକ୍ତରଖାନା ଅଣାଯାଇଥିଲା।

ଘଟଣା ସ୍ଥଳରୁ ପରିବାର ଲୋକେ ଏକ ହାତ ଲେଖା ଚିଠି ଯେଉଁଥିରେ ଆମ ଲକ୍ଷ ଆଜି ସଫଳ ହେଲା ବୋଲି ଲେଖା ଯାଉଚି, ତାକୁ ଉଦ୍ଧାର କରିଥିଲେ।ଏହାଛଡା ଦୁଇଟି ସିରିଞ୍ଜ ମଧ୍ୟ ସେ ଜାଗାରୁ ମିଳିଛି। ତେବେ ପ୍ରଶ୍ନ ଉଠୁଛି କିଏ କାହିଁକି ଏଭଳି ଢଙ୍ଗରେ ବାଳକୃଷ୍ଣଙ୍କୁ ହତ୍ୟା କଲା? ପୋଲିସ ମଧ୍ୟ ଖବର ପାଇ ତଦନ୍ତ ଆରମ୍ଭକରିଛି।ବାଳକୃଷ୍ଣଙ୍କ ଏଭଳି ମୃତ୍ୟୁକୁ ନେଇ ଗାଁରେ ଆଲୋଡନ ଖେଳିଯାଇଛି ।

Share

Leave a Reply