ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା, ୮ କେନ୍ଦ୍ରରେ ପରୀକ୍ଷା ଦେବେ ୧୦୭ ଛାତ୍ରଛାତ୍ରୀ

You are currently viewing ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା, ୮ କେନ୍ଦ୍ରରେ ପରୀକ୍ଷା ଦେବେ ୧୦୭ ଛାତ୍ରଛାତ୍ରୀ

ଅନୁଗୁଳ: ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷା ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ। ଅନୁଗୁଳ ଜିଲ୍ଲାର ୧୦୭ ଜଣ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଅଫଲାଇନ୍ ପରୀକ୍ଷା ଦେବାକୁ ଫର୍ମ ଭରିଛନ୍ତି। ସେମାନଙ୍କ ମଧ୍ୟରେ ୭୦ ଜଣ ରେଗୁଲାର୍ ଓ ୩୭ ଜଣ ଏକ୍ସରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି।ରେଗୁଲାର୍ ଓ ଏକ୍ସରେଗୁଲାର୍ ୧୦୭ ଛାତ୍ରଛାତ୍ରୀଙ୍କ ପାଇଁ ୮ଟି ସେଣ୍ଟର ସ୍ଥିର କରାଯାଇଛି। ଅନୁଗୁଳ ହାଇସ୍କୁଲ, ଆଠମଲ୍ଲିକ ମହେନ୍ଦ୍ର ହାଇସ୍କୁଲ, କିଶୋରନଗର ନୋଡାଲ ହାଇସ୍କୁଲ, ଛେଣ୍ଡିପଦା ନୋଡାଲ ହାଇସ୍କୁଲ, ବଅଁରପାଳର ପିବିକେ ହାଇସ୍କୁଲ, କଣିହାଁର ପବିତ୍ର ମୋହନ ହାଇସ୍କୁଲ, ତାଳଚେର ଯୁବରାଜ ହାଇସ୍କୁଲ, ପାଳଲହଡ଼ାର ମହାତାବ ହାଇସ୍କୁଲରେ ଅଫ୍‌ଲାଇନ୍ ପରୀକ୍ଷା ହେବ।

Share

Leave a Reply