ଗଂଜେଇ ବିକ୍ରି ମାମଲାରେ ଜଣେ ଗିରଫ, ୩ ମାସ ହେଲା ଅଭିଯୁକ୍ତକୁ ଖୋଜୁଥିଲା ପୁଲିସ

You are currently viewing ଗଂଜେଇ ବିକ୍ରି ମାମଲାରେ ଜଣେ ଗିରଫ, ୩ ମାସ ହେଲା ଅଭିଯୁକ୍ତକୁ ଖୋଜୁଥିଲା ପୁଲିସ

ଅନୁଗୁଳ: ଗଂଜେଇ ବିକ୍ରି ମାମଲାରେ ଅନୁଗୁଳ ଜିଲ୍ଲା ଗୋପୀନାଥପୁର ଗାଁର ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକ ହେଲେ ମୁନା ଖିଲାର। ପୁଲିସ ଗତକାଲି ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଗତ ୨୦୨୪ ଡିସେମ୍ବର ୨୮ ତାରିଖରେ ଗଂଜେଇ ବିକୁଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ସେ ଫେରାର୍‌ ହୋଇଯାଇଥିଲା। ପୁଲିସ ତାକୁ କାଲି ଗିରଫ କରିବାରେ ସଫଳ ହୋଇଥିଲା। ତା’ ନାମରେ ଆଗରୁ ବହୁ ଅପରାଧିକ ମାମଲା ଥିବା ଜଣାପଡ଼ିଛି।

Share

Leave a Reply