ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟଵଲ ଟୁର୍ଣ୍ଣାମେଣ୍ଟ, ୫-୪ ଗୋଲରେ ଅଠମଲ୍ଲିକ ବିଜୟୀ

You are currently viewing ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟଵଲ ଟୁର୍ଣ୍ଣାମେଣ୍ଟ, ୫-୪ ଗୋଲରେ ଅଠମଲ୍ଲିକ ବିଜୟୀ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟଵଲ ଟୁର୍ଣ୍ଣାମେଣ୍ଟର ୨ୟ କ୍ବାଟର ଫାଇନା ମ୍ୟାଚ୍ ଆଠମଲ୍ଲିକ ଫୁଟବଲ କ୍ଲବ୍ ଏବଂ ବାରିପଦା ସ୍ପୋର୍ଟ୍ସ ହଷ୍ଟେଲ ମଧ୍ୟରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଆଠମଲ୍ଲିକ ଫୁଟବଲ କ୍ଲବ୍ ପେନାଲ୍ଟି କିକ୍ ଦେଇ ୫-୪ ଗୋଲରେ ବାରିପଦା ସ୍ପୋର୍ଟ୍ସ ହଷ୍ଟେଲକୁ ହରାଇଥିଲା। ପ୍ରଶାନ୍ତ କୁମାର ପାଲ ମ୍ୟାଚ୍ ପରିଚାଳନା କରିଥିବାବେଳେ ଆଲୋକ ଦେହୁରୀ, ଅଶୋକ ପଣ୍ଡା ଏବଂ ଭୋଳେଶ୍ବର ଗାଗାରାଇ ସହାୟତା କରିଥିଲେ। କ୍ରୀଡାବିତ୍ କୈବଲ୍ୟ ନାୟକ ଓ ପବିତ୍ର ଦାସ ଅତିଥି ଭାବେ ଯୋଗଦେଇଥିଲେ। ଆଠମଲ୍ଲିକ ଫୁଟ୍ବଲ କ୍ଲବର ସରୋଜ କୁମାର ବେହେରା ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ।

Share

Leave a Reply