ଚୁକ୍ତିପତ୍ରର ସର୍ତ୍ତ ମାନୁ ନାହାନ୍ତି ଭଡ଼ାଟିଆ! ଭଡ଼ାଟିଆ ଘର ନ ଛାଡ଼ିବାରୁ ଥାନାରେ ଅଭିଯୋଗ କଲେ ମାଲିକ

0

ଅନୁଗୁଳ: ଭଡ଼ା ଘର ନ ଛାଡ଼ିବାରୁ ଥାନାର ଦ୍ୱାରସ୍ଥ ହେଲେ ମାଲିକ। ଭଡ଼ାଟିଆ ଘର ନ ଛାଡ଼ିବାରୁ ସ୍ଥାନୀୟ ଟାଉନ୍ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଦେଇପଡ଼ା ଅଞ୍ଚଳର ପ୍ରମିଳା ସାହୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରମିଳା ସାହୁ ଓ କାଠି ସାହୁ ବ୍ରାହ୍ମଣୀଦେଇ ପଡ଼ାରେ ଏକ ଘର କରିଛନ୍ତି। ସେହି ଘରେ ମନୋଜ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ୨୦୨୦ ମସିହାରେ ଭଡ଼ାରେ ଦେଇଥିଲେ। ସେମାନେ ଦୁଇ ବର୍ଷ ଭଡ଼ା ଟଙ୍କା ଠିକ୍ ସମୟରେ ଦେଉଥିଲେ। କିନ୍ତୁ ଦୁଇ ବର୍ଷ ପରେ ମନୋଜ ପଣ୍ଡା ସେଇ ଘରକୁ କେମିତି ସବୁ ଦିନ ପାଇଁ କବଜା କରିନେବେ ସେଥିପାଇଁ ଚିନ୍ତା କରିଥିଲେ।  ଦୁଇ ବର୍ଷ ପରେ ଅର୍ଥାତ୍ ୨୦୨୨ ମସିହା ଠାରୁ ସେମାନେ ଆଉ ଘର ଭଡ଼ା ଟଙ୍କା ଓ ଇଲେକ୍ଟ୍ରି ବିଲ୍ ଦେଉ ନାହାନ୍ତି। ଏଣୁ ପ୍ରମିଳା ସାହୁ ମନୋଜ ପଣ୍ଡାଙ୍କୁ ଘର ଛାଡ଼ିବାକୁ କହିଥିଲେ । ତେବେ ଏହା ଶୁଣି ଭଡ଼ାରେ ରହୁଥିବା ମନୋଜ ପଣ୍ଡା ଉତକ୍ଷିପ୍ତ ହୋଇ ପ୍ରମିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହା ପରେ ତାଙ୍କ ନିଜ ଘରୁ ପ୍ରମିଳାଙ୍କୁ ଗଳା ଧକ୍କା ଦେଇ ବାହାର କରି ଦେଇଥିଲେ ମନୋଜ।

ଏ ନେଇ ପ୍ରମିଳା ସାହୁ ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଉଭୟ ପକ୍ଷକୁ ଟାଉନ ଥାନା ଡାକିବା ସହ ୧୫/୦୯/୨୦୨୩ ରେ ମନୋଜ ପଣ୍ଡା ଘର ଛାଡ଼ିବା ପାଇଁ ଏକ ଚୁକ୍ତିନାମା ହୋଇଥିଲା। ତେବେ ଆଜି ଯାଏ ମନୋଜ ପଣ୍ଡା ଘର ନ ଛାଡ଼ିବା ସହ ବିଭିନ୍ନ ପ୍ରକାର ଧମକ ଦେବା, ମାରପିଟ୍ କରିବା, ଅଭଦ୍ର ବ୍ୟବହାର କରିବାକୁ ଲାଗିଥିଲେ। ତେଣୁ ପୁଣିଥରେ ପ୍ରମିଳା ସାହୁ ଥାନାର ଦ୍ବାରସ୍ଥ ହୋଇଥିଲେ। ପ୍ରମିଳାଙ୍କ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ନେଇ ନାହାନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ ଥାନା ଅଧିକାରୀଙ୍କୁ ପଚାରିବାରୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି।

Leave A Reply

Your email address will not be published.

error: Content is protected !!