ଅନୁଗୁଳ: ଶିକ୍ଷୟିତ୍ରୀଙ୍କୁ ଛାଡ଼ିବାକୁ ଚାହୁଁନାହାନ୍ତି ଅଭିଭାବକ। ଏଣୁ ଜିଲ୍ଲାପାଳଙ୍କୁ କରିଛନ୍ତି ଅଭିଯୋଗ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଧରିତ୍ରୀ ସାହୁଙ୍କ ବଦଳିକୁ ନେଇ ଏଭଳି ବିରୋଧ ଦେଖିବାକୁ ମିଳିଛି। ସ୍ଥାନୀୟ ଅଭିଭାବକ କହିଛନ୍ତି, ଧରିତ୍ରୀ ସାହୁ ଛାତ୍ରଛାତ୍ରୀଙ୍କୁ ଭଲ ପଢ଼ାଉଛନ୍ତି। ଏବେ ପିଲାଙ୍କ ପରୀକ୍ଷା ଚାଲିଥିବାରୁ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯିବା ଉଚିତ ନୁହେଁ ବୋଲି ଜିଲ୍ଲା ପ୍ରଶାସନଙ୍କୁ କହିଛନ୍ତି ଅଭିଭାବକ। କୌଣସି କାରଣ ନ ଦର୍ଶାଇ ହଠାତ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଉଛି। ଏ ନେଇ ଜାଣିବା ପରେ ଅଭିଭାବକମାନେ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ପରୀକ୍ଷା ନ ସରିବା ଯାଏଁ ବଦଳି ରୋକିବାକୁ ଅନୁରୋଧ କରିଥିବା ଜଣାଯାଇଛି।
ଶିକ୍ଷୟିତ୍ରୀଙ୍କୁ ବଦଳିକୁ ଅଭିଭାବକଙ୍କ ବିରୋଧ, ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ
- Post published:April 18, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
