ଅନୁଗୁଳ: କରୋନା କଟକଣା ଭିତରେ ପାଳିତ ହେବ ଦେଶର ଜନରାଜ୍ୟ ଦିବସ। ମନ୍ତ୍ରୀ ଆସିବେ, ମାର୍ଚ୍ଚପାଷ୍ଟ, ଅଭିଭାଷଣ ସବୁକିଛି ସର୍ଟକର୍ଟରେ ହେବ। କିନ୍ତୁ ଫ୍ଲାଗ୍ କୋଡ୍କୁ କେହି ମାନୁନଥିବା ପରିଲକ୍ଷିତହୋଇଛି। ଦେଶର ଜାତୀୟ ପତାକାର ମାନ କିଭଳି ହେବ ତାହା ଫ୍ଲାଗ୍ କୋଡ୍ରେ ଲିପିବଦ୍ଧ ଅଛି। କିନ୍ତୁ ତ୍ରିରଙ୍ଗାର ବଜାରୀକରଣ ଦେଶପ୍ରେମୀ ବୁଦ୍ଧିଜୀବୀମାନଙ୍କୁ ଆଘାତ ଦେଇଛି। କଟକଣାସତ୍ତ୍ୱେ ପ୍ରତିବର୍ଷ ପ୍ଲାଷ୍ଟିକ୍ ଓ ନାଇଲନ୍ ପତାକା ବିକ୍ରି ହେଉଛି। ଯାହା କି ବେଆଇନ୍। ଖାଲି ପ୍ଲାଷ୍ଟିକ୍ ନୁହଁ ସେଥିରେ ଦାଗମାଗ ଲାଗିଥିବା ଏବ˚ ନିମ୍ନମାନର କପଡ଼ା ବି ରହୁଛି। ଏହାର କାରଣ ପଚାରିଲେ ଦୋକାନି କହୁଛନ୍ତି- ୟେ ଶସ୍ତା ଯୁଗ, ଇଉଜ୍ ଆଣ୍ତ ଥ୍ରୋ। ଲୋକେ ମାଗୁଛନ୍ତି, ତେଣୁ ଆମେ ରଖିଛୁ। ଜିଲ୍ଲା ପ୍ରଶାସନ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ଜନରାଜ୍ୟ ଦିବସ: ବଜାରରେ ହାଉଯାଉ ପ୍ଲାଷ୍ଟିକ୍ ପତାକା
- Post published:January 26, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul