ଅନୁଗୁଳ: ଛକ, ବଜାରରେ ଦେଶ ଓ ଜାତିର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରଶାସନ ସବୁବେଳେ ଆଗଭର ହୋଇଥାଏ। କିନ୍ତୁ ସେମାନଙ୍କ ଜନ୍ମ କିମ୍ବା ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଟିକେ ଦେବାକୁ ଭୁଲିଯାଏ। ଧୂଳି ମାଟିରେ ପୋତିହୋଇ ପ୍ରତିମୂର୍ତ୍ତି ସେମିତି ଠିଆ ହୋଇଥାନ୍ତି ପ୍ରଶାସନର ଅନୁଗ୍ରହ ଟିକେ ପାଇଁ। ଜାନୁଆରି ୩୦ ବାପୁଜୀଙ୍କ ତିରୋଧାନ ଦିବସ, ସହିଦ ଦିବସ ରୂପେ ମଧ୍ୟ ପାଳିତହୋଇ ଆସୁଛି। ଦେଶ ସାରା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଏ। କିନ୍ତୁ ଅନୁଗୁଳରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା। ଆଜି ଦିନ ୧୧ଟା୩୦ ସୁଦ୍ଧା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜାନୁଆରୀ ୨୬ର ଶୁଖିଲା ଫୁଲମାଳ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୌର ପ୍ରଶାସନ ସମ୍ଭବତଃ ଶନିବାର ଛୁଟିଦିନ ହେତୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଭୁଲିଯାଇଥିଲା। ଯେଉଁଠି ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବାକୁ ଭୁଲିଯାଉଛୁ ସେଠି ବାପୁଜୀଙ୍କ ନୀତି ଓ ଆଦର୍ଶକୁ କିଭଳି ଅନୁସରଣ କରୁଯାଉଥିବ ସହଜରେ ଅନୁମାନ କରାଯାଇପାରେ।
ପୁଣ୍ୟତିଥିରେ ମହାତ୍ମାଙ୍କୁ ଭୁଲିଗଲେ ଜଣାଇଲେନି ଶ୍ରଦ୍ଧାଞ୍ଜଳି
- Post published:January 30, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul