ପୁସ୍ତକ ସମୀକ୍ଷା: ପଥ ଓ ପଥିକ

You are currently viewing ପୁସ୍ତକ ସମୀକ୍ଷା: ପଥ ଓ ପଥିକ

ଅନୁଗୁଳ: କବି ଶଶାଙ୍କ ଶେଖର ବାରିକଙ୍କ କବିତା ପୁସ୍ତକ ପଥ ଓ ପଥିକ ଏକ ଅନବଦ୍ୟ କବିତା ପୁସ୍ତକ। ୧୪୦ ଟି କବିତାକୁ ନେଇ ଗୁନ୍ଥା ଯାଇଥିବା ଏହି କବିତାରେ କବିଙ୍କ ସମସାମୟିକ ସ୍ଥିତିର ପ୍ରଭାବ ଦେଖିବାକୁ ମିଳିଛି। ଶ୍ରୀ ଜଗନ୍ନାଥଙ୍କ ଭଜନରୁ ଆରମ୍ଭ ହୋଇଥିବା ଏହି ପୁସ୍ତକର ଶେଷରେ ସାମ୍ୟବାଦର ଉଦଘୋଷଣା କରାଯାଇଛି। କବି ତାମଡ଼ାର ଜଣେ କର୍ମଚାରୀ ଥିଲେ। ଚାକିରି ଜୀବନର ସ୍ମୃତି ଅନୁଭୂତି ମଧ୍ୟ କେତେକ କବିତାରେ ପ୍ରତିଫଳିତ ହୋଇଛି।

ସମାଜରେ ବର୍ତ୍ତମାନ ଦେଖା ଯାଉଥିବା ଦୁର୍ନୀତି,ଭ୍ରଷ୍ଟାଚାର,ଯୁଦ୍ଧ,ରାଜନୈତିକ ହିଂସା,ମହିଳାଙ୍କ ଉପରେ ଅତ୍ୟାଚାର ଆଦିକୁ ନେଇ ମସିର ଉଦଘୋଷଣା,ଯୁଦ୍ଧକ୍ଷେତ୍ର,କିଏ ଦାୟୀ ତୁମେ କହ,ଯୁଦ୍ଧର ପରିଣତି,କଳୁଷିତ ପୃଥିବୀ ଆଦି କବିତା ଗୁଡ଼ିକ ପ୍ରସ୍ଫୁଟିତ ହେଇଚି। କବି ଶ୍ରୀ ବାରିକ ଏବେ ଅନୁଗୁଳରେ ରହୁଛନ୍ତି ଏବଂ କବି ସଚି ରାଉତରାୟ ସମ୍ମାନ,ପ୍ରତିଭାପୂଜା ସାରସ୍ଵତ ସମ୍ମାନ,କିଶୋର ପଟ୍ଟନାୟକ ସ୍ମୃତି ସମ୍ମାନ ଆଦି ପାଇବା ପରେ ନିଜ କଲମ ଚାଳନା ଜାରି ରଖିଛନ୍ତି।

Share

Leave a Reply