ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡା ଗ୍ରାମ ପଞ୍ଚାୟତର ନବନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ରବିବାର ଉଦଘାଟିତ ହୋଇଯାଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ଏଥିରେରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଦାସ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, ସମିତି ସଭ୍ୟା ଅଞ୍ଜଳି ଦେହୁରୀ, ସମାଜ ସେବୀ ପ୍ରଦିପ କୁମାର ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ କିଶୋର ଦାସ, ଦାମୋଦର ଦାସ, ବସନ୍ତ କୁମାର ଦାସଙ୍କ ସମେତ ସମସ୍ତ ଓ୍ୟାର୍ଡ ସଭ୍ୟସଭ୍ୟା, ଗ୍ରାମବାସୀ ଉପସ୍ଥିତ ରହିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୁପମା ପଲେଇ, ଗ୍ରାମ ରୋଜଗାର ସେବକ ତୁଷାର କାନ୍ତ ଦାସ, ସମାଜ ସେବୀ ନୀର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସରପଞ୍ଚ ମମତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଣୀଗୋଡା ପଞ୍ଚାୟତ ଗୃହ ଉଦଘାଟିତ
- Post published:November 29, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul