ଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ

You are currently viewing ଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଚିଠି ସ˚ଖ୍ୟା ୪୬୯୭ ତା୩୧ା୧୨ା୨୦୨୦ ଅନୁସାରେ ଜିଲ୍ଲାର ସବୁ ଧର୍ମମୟ ଅନୁଷ୍ଠାନ ଜାନୁଆରୀ ୩ରୁ ଖୋଲିବାକୁ ଆଦେଶ ପ୍ରଦାନ କରିଛନ୍ତି। ତେବେ କୋଭିଡ୍‌ କଟକଣା ମାନି ଏହି ଅନୁଷ୍ଠାନ ସବୁ ଖୋଲିବ। ମାସ୍କ ପିନ୍ଧିବା, ୬ ଗଜ ଦୂରତାରେ ଠିଆ ହେବା ବାଧ୍ୟତାମୂଳକ। ଶୈଳଶ୍ରୀକ୍ଷେତ୍ର ଭିତରକୁ ଥରକେ ୫୦ ଭକ୍ତ ଏବ˚ ଅନ୍ୟ ମନ୍ଦିର, ମସ୍‌ଜିଦ୍‌ ଓ ଚର୍ଚ୍ଚ ଭିତରକୁ ଥରକେ ୨୦ ଭକ୍ତ ଦର୍ଶନ କରିବାକୁ ଯାଇ ପାରିବେ। ଗୋଟିଏ ଦଳର ଦର୍ଶନ ସରିଲେ ଆଉ ଏକ ଦଳ ଭକ୍ତ ଭିତରକୁ ଯିବେ। ଧର୍ମମୟ ଅନୁଷ୍ଠାନ ଭିତରେ ଛେପ ପକାଇବାକୁ ନିଷିଦ୍ଧ କରାଯାଇଛି। ୬୫ ବର୍ଷରୂୁ ଅଧିକ ଭକ୍ତ, ରୋଗାକ୍ରାନ୍ତ, ଗର୍ଭବତୀ ମହିଳା ଏବ˚ ଦଶବର୍ଷରୁ କମ୍‌ ଶିଶୁଙ୍କୁ ଧର୍ମୀୟ ଅନୁଷ୍ଠାନ ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଆଇନଶୃଙ୍ଖଳା କଥା ବୁଝିବା ପାଇଁ ଥାନାଗୁଡ଼ିକୁ ଆଦେଶ ଦିଆଯାଇଛି।

Share

Leave a Reply