ଅନୁଗୁଳ: ଅନୁଗୁଳ ପୁଲିସ୍ରେ ଗୁରୁବାର ଅଧିକାରୀସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଛେଣ୍ଡିପଦା, ଜରପଡ଼ା, ନିଶା ଶିଳ୍ପାଞ୍ଚଳ ଥାନା ସମେତ ମୋଟ୍ ୧୦ଟି ଥାନାର ଭାରପ୍ରାପ୍ତ ଅଧିକାରୀ ବଦଳିଛନ୍ତି। ଅନୁଗୁଳ ଥାନାରେ କାର୍ଯ୍ୟରତ ଅତିରିକ୍ତ ଥାନା ଅଧିକାରୀ ଇନ୍ସପେକ୍ଟର ଧିରେନ୍ କୁମାର ବେହେରାଙ୍କୁ ଛେଣ୍ଡିପଦା ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ନିଶା ଶିଳ୍ପାଞ୍ଚଳ ଥାନା ଆଇଆଇସି ପ୍ରୀତିମଞ୍ଜରୀ ମେଣ୍ଡୁଲିଙ୍କୁ ଖମାର ଥାନାର ଦାୟିତ୍ବ ଦିଆଯାଇଛି । ଖମାର ଥାନା ଆଇଆଇସି ନିରୋଦ କୁମାର ଦାସଙ୍କୁ ଆଠମଲ୍ଲିକ ଥାନା ଆଇଆଇସି, ଆଠମଲ୍ଲିକ ଥାନା ଆଇଆଇସି ପ୍ରିୟବତ ଦାସଙ୍କୁ ନିଶା ଶିଳ୍ପାଞ୍ଚଳ ଥାନା ଆଇଆଇସି, ପୁରୁଣାକୋଟ୍ ଥାନା ଅଧିକାରୀ ଏସ୍ଆଇ ବିକ୍ରମ ଜୟପୁରିଆଙ୍କୁ କିଆକଟା ଥାନା ଓଆଇସି ଭାବେ ସ୍ଥାନାନ୍ତର କରାଯାଇଛି। ସେପଟେ ସମଲ ଥାନା ଆଇଆଇସି ଚାରୁଲତା ବେହେରାଙ୍କୁ ପୁରୁଣାକୋଟ୍ ଥାନା ଦାୟିତ୍ଵ ମିଳିଛି । ହଣ୍ଡପା ଥାନା ଅଧିକାରୀ ଇନ୍ସପେକ୍ଟର ଲବ ବୋଡ଼ାଙ୍କୁ ସମଲ ଥାନା, ଜରପଡ଼ା ଥାନା ଅଧିକାରୀ ଇନ୍ସପେକ୍ଟର ପ୍ରଦୀପ କୁମାର ପ୍ରଧାନଙ୍କୁ ହଣ୍ଡପା ଥାନା, ରେଙ୍ଗାଳି ଥାନା ଅଧିକାରୀ ଇନ୍ସପେକ୍ଟର ସରୋଜକାନ୍ତ ସାମଲଙ୍କୁ ଜରପଡ଼ା ଥାନା ଏବଂ କିଆକଟା ଥାନା ଅଧିକାରୀ ଇନ୍ସପେକ୍ଟର ଓନାମ ଲାକ୍ରାଙ୍କୁ ରେଙ୍ଗାଳି ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।
ବଦଳିଲେ ୧୦ ଥାନା ଅଧିକାରୀ
- Post published:July 2, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
