ଅନୁଗୁଳ: ଅନୁଗୁଳ ଏନ୍ଏସିର ପ୍ରାକ୍ତନ ସ୍ୟାନିଟାରୀ ଇନ୍ସପେକ୍ଟର ବ୍ରଜବନ୍ଧୁ ସାହୁଙ୍କ ଶନିବାର ସନ୍ଧ୍ୟାରେ ତାଙ୍କ ସିମିଳିପଡା ସ୍ଥିତ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ କିଛି ମାସ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଜଣେ ଦକ୍ଷ କର୍ମଚାରୀ ଭାବେ ସେ ଯେଭଳି ପରିଚିତ ଥିଲେ, ସରଳ ବିଶ୍ୱାସୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ସେତିକ ସୁନାମ ଥିଲା। ମୃତ୍ୟୁ ବେଳକୁ ତାଙ୍କ ପୁଅ ଅନୁଗୁଳ ଓକିଲ ସଂଘର ପ୍ରାକ୍ତନ ସଭାପତି ଜିତେନ୍ଦ୍ର ସାହୁ, ବୋହୁ ନାତି ନାତୁଣୀ ଉପସ୍ଥିତ ଥିଲେ। ବ୍ରଜବନ୍ଧୁ ଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଅବସରପ୍ରାପ୍ତ ପରିମଳ ଅଧିକାରୀଙ୍କ ପରଲୋକ
- Post published:December 25, 2021
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Biswaranjan Pattnaik

Tags: Angul