ଅନୁଗୁଳ: ନିଜ ଅଞ୍ଚଳରେ ଖଣି ଖୋଳାକୁ ବନ୍ଦ କରିବା, ଗଛ କଟାକୁ ବନ୍ଦ କରିବା ପାଇଁ ଗାଁ ମିଟିଙ୍ଗରେ କହି ଜଙ୍ଗଲ ମାଫିଆଙ୍କ ଶିକାର ହୋଇଥିଲେ ମୋତିଲାଲ। ମୋତିଲାଲ ଆର୍ଯ୍ୟ ବୃତ୍ତିରେ ଜଣେ ହରବାଲ ଜୁସ ବିକ୍ରେତା। ନିଶାରେ ଜଣେ ପରିବେଶ କର୍ମୀ। ନିଜ ଅଞ୍ଚଳରେ ସିଙ୍ଗରେଣି କମ୍ପାନୀ ଖୋଲା ମୁହଁ ଖଣି ନେବା ସହ ଏକ ଲକ୍ଷରୁ ଅଧିକ ଗଛ କାଟିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ନିଷ୍ପତ୍ତିର ବିରୁଦ୍ଧରେ ଯିବାକୁ ସ୍ଥିର କଲେ ମୋତିଲାଲ। ବିଭିନ୍ନ ସମୟରେ ପରିବେଶର ସୁରକ୍ଷା ନେଇ ସେ ଲୋକଙ୍କୁ ସଚେତନ କରାଇଲେ।
ଛେଣ୍ଡିପଦା ବିଧାୟକ ଗଛ କାଟିବାକୁ ଫଟୋ ଉଠାଇବା, ଫିତା କାଟିବା ଆଦି କାମକୁ ଘୋର ବିରୋଧ କଲେ। ଏହି ବିରୋଧ ଯୋଗୁଁ ପରବର୍ତୀ ସମୟରେ ଏନଜିଟି ରାଜ୍ୟ ସରକାରଙ୍କୁ କୈଫତ ତଲବ କରିଛି। ଛେଣ୍ଡିପଦା ଅଞ୍ଚଳରେ ଜଙ୍ଗଲକୁ ମାଫିଆଙ୍କ କବଳରୁ ରକ୍ଷା ପାଇଁ ଆଜି ମୋତିଲାଲ ଗଛ ବେଶରେ ଅନୁଗୁଳ ସହରର କିଛି ଛକ ବଜାର ବୁଲିଥିଲେ। ଲୋକଙ୍କୁ ଜଙ୍ଗଲ ସମ୍ପଦର ଉପକାରିତା ନେଇ ସେ ବୁଲିବୁଲି ଲୋକଙ୍କୁ ବୁଝାଇ ଥିଲେ। ମୋତିଲାଲଙ୍କ ଏହି ସଚେତନତା କାର୍ଯ୍ୟକ୍ରମକୁ ଲୋକମାନେ ସମର୍ଥନ ଦେଉଥିବା ଜଣାପଡିଛି।


