ପୌରପାଳିକାରେ ଆରମ୍ଭ ହେଲା ସ୍କ୍ରିନିଂ

You are currently viewing ପୌରପାଳିକାରେ ଆରମ୍ଭ ହେଲା ସ୍କ୍ରିନିଂ

ଅନୁଗୁଳ: ଅନୁଗୁଳ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଅନୁଗୁଳ ପୌରାଞ୍ଚଳରେ ଘର ଘର ବୁଲି ସ୍ବାସ୍ଥ୍ୟ କର୍ମଚାରୀମାନେ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଶିମିଳିପଡ଼ା ଅଞ୍ଚଳରେ ୬୦ଟି ଘରେ ସ୍କ୍ରିମିଂ କରାଯାଇଛି ବୋଲି ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି। ସ୍ବାସ୍ଥ୍ୟ କର୍ମୀମାନେ ଶିମିଳିପଡ଼ା ଅଞ୍ଚଳ ଲୋକଙ୍କ ଅକ୍ସିଜେନ୍ ଲେବେଲ ଓ ଥର୍ମାଲ ସ୍କ୍ରିନିଂରେ ଶରୀରର ତାପମାତ୍ରା ମାପିଥିଲେ। ଏଥିରେ ଭ୍ରାମ୍ୟମାଣ ସେବା ଆମ୍ବୁଲାନ୍ସ ନିୟୋଜିତ ହୋଇଥିବାବେଳେ ୩ ଜଣ ସ୍ବାସ୍ଥ୍ୟ କର୍ମଚାରୀ ସାମିଲ ହୋଇଥିବା ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply