ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ, ଶତ ପ୍ରତିଶତ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଲା କମ୍ପାନୀ

You are currently viewing ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ, ଶତ ପ୍ରତିଶତ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଲା କମ୍ପାନୀ

ତାଳଚେର: ଆଜି ତାଳଚେର ସାଉଥବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଅନ୍ତର୍ଜାତୀୟ କମ୍ପାନୀ ‘ବୋସ୍‌’ ର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଏବଂ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତା ପ୍ରକୋଷ୍ଠର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ବଳଭଦ୍ର ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରଥମ ଗୋଷ୍ଠୀରେ ଯୋଗଦାନ କରିଥିବା ୨୫ଜଣ ବିଦ୍ୟାର୍ଥୀଙ୍କୁ ସେ ପାଠ୍ୟପୁସ୍ତକ, ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିଥିଲେ।
କାର୍ଯ୍ୟକ୍ରମରେ ବୋସ୍ କମ୍ପାନୀର ଓଡ଼ିଶା ମୁଖ୍ୟ, ଜିଲ୍ଲା ସଂଯୋଜକ, ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଦ୍ୟାର୍ଥୀଙ୍କୁ ୩ମାସ ତାଲିମ ଦେବା ପରେ ସମସ୍ତଙ୍କୁ ଶତ ପ୍ରତିଶତ ନିଯୁକ୍ତି ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଶେଷରେ ମହାବିଦ୍ୟାଳୟର ସଂଯୋଜକ ଅଧ୍ୟାପକ ଉମାକାନ୍ତ ବାଇ ଧନ୍ୟବାଦ ଦେଇଥିଲେ।

Share

Leave a Reply