ତ୍ରିନାଥ ମେଳା ଭୋଗ ଖାଇବାକୁ ଯାଇ ପୁଅ ନିଖୋଜ, ୧୦ ଦିନ ତଳେ ପ୍ରେମିକାକୁ ଆଣି ଘରେ ରଖିଛି

0

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରେଙ୍ଗ ନୁଆଁ ସାହିର ରଞ୍ଜନ ସାହୁଙ୍କ ପୁଅ ଲିକୁ ସାହୁ (୨୨) ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି

ସୂଚନା ଅନୁଯାୟୀ, ଲିକୁ ଗତ ବୁଧବାର ରାତିରେ ନିକଟସ୍ଥ ଭାଗିରଥିପୁର ଠାରେ ହେଉଥିବା ତ୍ରିନାଥ ମେଳା ଭୋଗ ଖାଇବାକୁ କହି ଘରୁ ଆସିଥିଲେ। ହେଲେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପୁଅ ଘରକୁ ନ ଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବାରୁ ବାପା ରଞ୍ଜନ ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି
ସୂଚନାଯୋଗ୍ୟ ଯେ ଚଳିତ ମାସ ୧୧ ତାରିଖ ଦିନ ଲିକୁ ନିକଟସ୍ଥ ଗ୍ରାମର ଏକ ଝିଅକୁ ଭଲ ପାଇ ଘରକୁ ଆଣିଥିବା ଜଣାପଡିଛି। ଏଣୁ ତାକୁ କେହି ଆକ୍ରୋଶମୂଳକ ଭାବେ ଅପହରଣ କରିଥିବା ଘର ଲୋକ ସନ୍ଦେହ କରୁଛନ୍ତି। ପୋଲିସ ମାମଲାର ତଦନ୍ତ କରୁଛି।

Leave A Reply

Your email address will not be published.

error: Content is protected !!