ଅନୁଗୁଳ: ଶରୀରରେ ସୃଷ୍ଟି ହୋଇଛି ଅଦ୍ଭୁତ ଚୁମ୍ବକୀୟ ଶକ୍ତି । ଶରୀର ପାଖକୁ ଆସିଲେ ଲାଖି ଯାଉଛି ଲୁହା ସାମଗ୍ରୀ। ଶରୀରରେ ପ୍ରବାହିତ ହେଉଛି ଚୁମ୍ବକୀୟ ଗୁଣ । ସାଧାରଣତଃ ଚୁମ୍ବକ ଲୁହାକୁ ଟାଣେ । ତେବେ ମଣିଷ ଶରୀର ଲୁହାକୁ ଟାଣିବା କେହି କଦବା ଦେଖିଥିଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଅନୁଗୁଳ ବଜାର ଇଲାକାରେ ବ୍ୟବସାୟୀ ଦୀପକ ଝୁନ୍ଝୁନ୍ୱାଲାଙ୍କ ଶରୀରରେ ଚାମଚ, ଡଙ୍କା, ପାତିଆ, କଏନ୍ ଆଦି ଲାଖିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଶରୀରରେ ଅଦ୍ଭୁତ ଚୁମ୍ବକୀୟ ଶକ୍ତି, ଲାଖିଯାଉଛି ଲୁହା ସାମଗ୍ରୀ
- Post published:June 14, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul