ଅନୁଗୁଳ: ସମାଧାନ ହେବାକୁ ଯାଉଛି ଅନୁଗୁଳବାସୀଙ୍କ ଦୀର୍ଘ ଦିନର ସମସ୍ୟା। ଅନେକ ଦିନର ସ୍ୱପ୍ନ ବାସ୍ତବରେ ପରିଣତ ହେବ। ଏବେ ସବୁ ଲୋକଙ୍କୁ ମିଳିବ ସ୍ୱଚ୍ଛ ପାନୀୟ ଜଳ। ଏ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଓ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରଚେଷ୍ଟାରେ ଅନୁଗୁଳ ଓ ବଅଁରପାଳ ବ୍ଲକର ସମସ୍ତ ଗାଁକୁ ମେଗା ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଇଛି। ଏହି ପ୍ରକଳ୍ପରେ ଅନୁଗୁଳ ଦେଇ ଯାଇଥିବା ବ୍ରାହ୍ମଣୀ ଓ ମହାନଦୀରୁ ପାଣି ଉଠିବା ନେଇ ବ୍ୟବସ୍ଥା ହେବ। ୩୮୦ କୋଟି ବ୍ୟୟ ଅଟକଳରେ ପ୍ରକଳ୍ପ ନିର୍ମାଣ ହେବ ବୋଲି ଜଣାଯାଇଛି। ଫଳରେ ଜିଲ୍ଲା ବାସୀଙ୍କୁ ମିଳିବ ସ୍ୱଚ୍ଛ ପାନୀୟ ଜଳ।