ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢୁଛି

0

ଅନୁଗୁଳ: ଗତ କିଛି ବର୍ଷ ହେଲା ଦେଶରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢୁଛି।ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଅବକ୍ଷୟ ହେତୁ ଏଭଳି ଘଟୁଥିବା ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ଦେଶରେ ୧୯୬୭ ମସିହାରୁ ୨୦୨୦ ମସିହା ମଧ୍ୟରେ ଦେଶରେ ୧,୦୧,୩୦୯ ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଏହି ରିପୋର୍ଟ ଅନୁସାରେ ୧୯୬୭ ମସିହାରୁ ୨୦୦୨ ମଧ୍ୟରେ ହାରାହାରି ମୃତ୍ୟୁ ସଂଖ୍ୟା ୩୮ ଥିବା ବେଳେ ୨୦୧୦ ରୁ ୨୦୨୦ ମସିହା ମଧ୍ୟରେ ହାରାହାରି ମୃତ୍ୟୁ ସଂଖ୍ୟା ବଢ଼ି ୬୧ ରେ ପହଞ୍ଚିଥିଲା।

ବଜ୍ରପାତ ଜନିତ ମୃତ୍ୟୁରେ ଦେଶରେ ମଧ୍ୟପ୍ରଦେଶରେ ସର୍ବାଧିକ ମୃତ୍ୟୁ ହେଉଥିବା ବେଳେ ତା ପଛକୁ ମହାରାଷ୍ଟ୍ର, ୟୁପି ଓ ଓଡ଼ିଶା ରହିଛି। ଏସ୍‌ଆର୍‌ସି ସୂତ୍ରରୁ ମିଳିଥିବା ସୂଚନାନୁସାରେ ୨୦୧୦-୧୧ ରୁ ୨୦୧୭-୧୮ ମସିହା ମଧ୍ୟରେ ଅନୁଗୁଳ ଜିଲ୍ଲାର ୯୯ ଜଣଙ୍କୁ ବଜ୍ରପାତ ଜନିତ ମୃତ୍ୟୁ ଏକ୍ସ ଗ୍ରାସିଆ ପ୍ରଦାନ କରାଯାଇଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ୩୦୦,କେଉଁଝରରେ ୧୮୪ ଏବଂ ଗଞ୍ଜାମରେ ୧୬୪ ଜଣଙ୍କୁ ଏକ୍ସ ଗ୍ରାଶିଆ ପ୍ରଦାନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷ କୁ ବର୍ଷ ବଜ୍ରପାତ ଜନିତ ମୃତ୍ୟୁ ବଢୁଥିବା ବେଳେ ସରକାରଙ୍କ ପକ୍ଷରୁ ଆବଶ୍ୟକତା ଅନୁସାରେ ଲାଇଟେନିଂ ଆରେସଟର ଖଞ୍ଜିବାର ସମୟ ଆସିଛି ବୋଲି ବିଶେଷଜ୍ଞ ମାନେ ମତବ୍ୟକ୍ତ କରୁଛନ୍ତି ।

Leave A Reply

Your email address will not be published.

error: Content is protected !!