ଅନୁଗୋଳ: ସରକାରୀ ପାଣ୍ଠି ହେରଫେର ମାମଲାରେ ଡିଏସପିଙ୍କୁ ଜେଲ୍। ଅନୁଗୋଳର ପୂର୍ବତନ ଡିଆଇବି ଡିଏସପି ଗୌତମ କୁମାର ମଲ୍ଲିକଙ୍କୁ ୫ ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଶୁଣାଇଛନ୍ତି।
୨୦୦୯ ମସିହାରେ ସେ ଅନୁଗୁଳରେ କାର୍ଯ୍ୟରତ ଥିବାବେଳେ ୪ ଲକ୍ଷ ଟଙ୍କା ସରକାରୀ ଅର୍ଥ ଚଳୁ କରିଥିଲେ। ବଦଳି ପରେ ମାମଲା ଚାପିବାକୁ ଫାଇଲ୍ ନଦେଇ ପ୍ରମାଣ ନଷ୍ଟ ପ୍ରୟାସ କରିଥିଲେ। ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ୨୦୧୪ରେ ଅନୁଗୋଳ ଥାନାରେ ମାମଲା ରୁଜୁ ହୋଇଥିଲା। ବିଚାର ପ୍ରକ୍ରିୟା ଶେଷରେ କୋର୍ଟ ଏହି ଦଣ୍ଡବିଧାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସହକାରୀ ପିପି ପ୍ରଦୀପ କୁମାର ଦେବତା ଏବଂ ପ୍ରସିକ୍ୟୁସନ ଗଣେଶ୍ୱର ବେହେରା ମାମଲା ପରିଚାଳନା କରିଥିଲେ।











