ବିଦ୍ୟୁତ୍ ଝଟକାରେ ହାତୀର ଜୀବନ ଗଲା

You are currently viewing ବିଦ୍ୟୁତ୍ ଝଟକାରେ ହାତୀର ଜୀବନ ଗଲା

ଅନୁଗୁଳ: ଶନିବାର ହିନ୍ଦୋଳ ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ଘଟିଛି। ସୂଚନା ମୁତାବକ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗ୍ରାମ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଇଥିଲେ। ତେବେ ବିଳମ୍ବିତ ରାତିରେ ବିଛାଇଥିବା ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ହାତୀଛୁଆ ଆସିଯାଇଥିଲା। ଫଳରେ ବିଦ୍ୟୁତ ଝଟକା ଖାଇ ଘଟଣାସ୍ଥଳରେ ହିଁ ହାତୀ ଛୁଆର ଜୀବନ ଯାଇଥିଲା।ମୃତ୍ୟୁ ଘଟିଥିବା ହାତୀଟି ଅଣ୍ଡିରାହାତୀ ଛୁଆ ବୋଲି ଜଣାପଡ଼ିଥିବା ବେଳେ ଏହାର ବୟସ ଆନୁମାନିକ ୯ବର୍ଷ ହେବ ବୋଲି କୁହାଯାଉଛି। ତେବେ ସକାଳୁ ଗ୍ରାମର କେତେକ ଲୋକମାନେ ସେଠାରେ ହାତୀଛୁଆଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ହିନ୍ଦୋଳ ବନାଞ୍ଚଳର ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

Share

Leave a Reply