ଅନୁଗୁଳ ଡାକ୍ତରଖାନାର ଅଗ୍ନି ନିର୍ବାପକ ବ୍ୟବସ୍ଥା ଦୁର୍ବଳ

You are currently viewing ଅନୁଗୁଳ ଡାକ୍ତରଖାନାର ଅଗ୍ନି ନିର୍ବାପକ ବ୍ୟବସ୍ଥା ଦୁର୍ବଳ

ଅନୁଗୁଳ: ନିକଟରେ ମହାରାଷ୍ଟ୍ରର ଭଣ୍ତାରା ଡାକ୍ତରଖାନାରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ରୋଗୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ସମସ୍ତଙ୍କ ପାଇଁ ଆଖି ଖୋଲିଦେଇଛି। ଏ ପରିପ୍ରେକ୍ଷୀରେ ଅନୁଗୁଳ ଡାକ୍ତରଖାନାର ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ଦେଖିଲେ କେତେବେଳେ ଯେ ଏହା ଭୟଙ୍କର ପରିସ୍ଥିତିକୁ ଡାକି ନ ଆଣିବ ତାହା କହିହେବ ନାହିଁ। ଅନୁଗୁଳ ଡାକ୍ତରଖାନାର ମା ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ଏବ˚ ଅସ୍ଥିଶଲ୍ୟ, ସର୍ଜରୀ ବିଭାଗ ବହିର୍ବାସ କେନ୍ଦ୍ର ବହୁତଳ ବିଶିଷ୍ଟ। ଡାଏଲେସିସ୍‌ ୱାର୍ଡ ବି ପ୍ରଥମ ମହଲାରେ ରହିଛି। ମା ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ଛଡ଼ା ଅନ୍ୟ ଦୁଇଟିରେ ଲିଫ୍ଟ ବ୍ୟବସ୍ଥା ନାହିଁ। କୋଠା ଭିତରେ ସ˚ଯୁକ୍ତ ଅଗ୍ନି ନିର୍ବାଚକ ଯନ୍ତ୍ର ନିୟମିତ ବଦଳା ଯାଉନାହିଁ। ଏ ସବୁରେ ତାଲିମପ୍ରାପ୍ତ କର୍ମଚାରୀ ମଧ୍ଯ ନାହାନ୍ତି। ବିଦ୍ୟୁତ୍‌ ବିଭାଗର ୨୪ ଘଣ୍ଟିଆ ମେଣ୍ଟେନାନ୍ସ କାମ ଦେଖିବାକୁ କେହି ନାହିଁ। କୋଠାଗୁଡ଼ିକର ଡିଜାଇନ୍‌ ଅଗ୍ନିନିର୍ବାପକ ବ୍ୟବସ୍ଥାକୁ ଦେଖି କରାଯାଉନଥିବା ଅଭିଯୋଗ ହୋଇଛି। ପ୍ରତି କୋଠାରେ ଶତାଧିକ ରୋଗୀ ଏବ˚ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଯଦି ଦୈବାତ୍‌ ଅଗ୍ନିକାଣ୍ତ ହୁଏ ତେବେ ଏହାର ସମାଧାନ ପାଇଁ ମକଡ୍ରିଲ୍‌ ହୋଇନାହିଁ। କେବଳ ଅଗ୍ନିଶମ ବିଭାଗ ପକ୍ଷରୁ ବର୍ଷକରେ ଥରେ କୋଠା ବାହାରେ ମକ୍‌ଡ୍ରିଲ୍‌ କରାଯିବାର ନଜିର ରହିଛି। ଅଗ୍ନିନିର୍ବାପକ ଯନ୍ତ୍ର କିଣାରେ ଅନିୟମିତତା ରହିଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସିଛି। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply