ନକଲି ଗହଣା ନେଇ ଚୋର ଚମ୍ପଟ

You are currently viewing ନକଲି ଗହଣା ନେଇ ଚୋର ଚମ୍ପଟ

ଅନୁଗୁଳ: ଚୋରି କରି ଚୋରବି ବେଳେବେଳେ ଧୋକା ଖାଇଯାଏ। ଏଭଳି ଏକ ଘଟଣା ଅନୁଗୁଳ ବସ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ପ୍ରାୟ ୧୧ଟା ବେଳେ ଢେଙ୍କାନାଳ ସଦର ମହିଧରପୁର ଗାଁର ଏକ ଯୁବତୀ ନିଜ ସମ୍ପର୍କୀୟଙ୍କୁ ଭେଟିବାପାଇଁ ଅନୁଗୁଳ ଆସିଥିଲେ।ଫେରିଲାବେଳେ ଅନୁଗୁଳ ମାର୍କେଟରୁ ଗ୍ୟାରେଣ୍ଟିଦିଆ ମଙ୍ଗଳସୁତ୍ର, କାନଫୁଲ ଆଦି କିଣି ଭ୍ୟାନିଟି ବ୍ୟାଗରେ ରଖିଥିଲେ।ଏହାପରେ ବସଷ୍ଟାଣ୍ଡ ହୋଟେଲ ନିଲକମଲ ପାହାଚରେ ବସି ବସକୁ ଅପେକ୍ଷା କରିଥିଲେ। ମଝିରେ ମଝିରେ ନକଲି ଜୁଏଲରିକୁ ବ୍ୟାଗରୁ କାଢି ଦେଖୁଥିଲେ। ଏହା ଦେଖି ଜଣେ ଯୁବକ ଯୁବତୀଙ୍କ ପାଖକୁ ଆସିଥିଲା। ଯୁବତୀଙ୍କ ହଠାତ ଫୋନ କଲ ଆସିବାରୁ ଏଇ ମଉକାରେ ଯୁବକ ଜଣକ ଯୁବତୀଙ୍କ ବ୍ୟାଗ ଧରି ଦ୍ରୁତ ଗତିରେ ପଳାଇଥିଲା। ନକଲି ଗହଣା ଛଡା ୬ଶହ ଟଙ୍କା ବ୍ୟାଗରେ ଥିଲା।ଶେଷରେ ଯୁବତୀ ଜଣକ ମୁଣ୍ଡ କାନ ଆଉଁସି ଘରକୁ ଫେରିଥିଲେ। ଏସବୁ ଘଟଣା ହୋଟେଲ ସିସିଟିଭି ରେ କିନ୍ତୁ କଏଦ ହୋଇଯାଇଥିଲା ।

Share

Leave a Reply