ଅନୁଗୁଳ: ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର । ଅନୁଗୁଳ ପ୍ରଗତିନଗରରେ ଛାତ କାମ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ପ୍ରଗତିନଗରରେ ଛାତ ରଡ୍ ବାଇଣ୍ଡିଂ କାମ ବେଳେ ଯୁବକଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଆହତ ଯୁବକ ଯୁବକ ଇଙ୍କରବନ୍ଧ ଗାଁର ଯୁଗଳ ଘଡେଇ । ପ୍ରଥମେ ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିବା ଅନୁମାନ କରାଯାଉଛି ।
ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର
- Post published:March 22, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul