ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଖେତା ଗାଁର ବାବୁଲା ନାଏକଙ୍କ ରୋଷେଇ ଘରେ ଗତ ଶନିବାର ବିଳମ୍ବିତ ରାତିରେ ଏକ ବଡ ଅହିରାଜ ସାପ ପଶି ଯାଇଥିଲା। ପରିବାର ଲୋକେ ଫରେଷ୍ଟର ସିଦ୍ଧେଶ୍ବର ପ୍ରଧାନଙ୍କୁ ଖବର ଦେଇଥିଲେ।ଫରେଷ୍ଟର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଯୋଗାଯୋଗ କରିଥିଲେ। ଆଦିତ୍ୟ ସାଥି ବିଜୟ ଭୋଇ,ସିବାନି ଶଙ୍କର ଦେହୁରୀ,ଅଭୟ ସେଠି ପ୍ରମୁଖଙ୍କ ସହାୟତାରେ ୧୩ ଫୁଟ ଲମ୍ବର ଅହିରାଜକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡ଼ି ଦେଇଥିଲେ।
ରୋଷେଇ ଘରୁ ୧୩ ଫୁଟର ଅହିରାଜ ଉଦ୍ଧାର
- Post published:April 23, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
Tags: Angul
