CADLAB

ବାଲି ବୋଝେଇ ୩ ଟ୍ରାକ୍ଟର ଜବତ, ୫୦ ହଜାର ଟଙ୍କା ଜରିମାନା ଆଦାୟ

0

ଛେଣ୍ଡିପଦା: ଛେଣ୍ଡିପଦା ତହସିଲ୍ ପକ୍ଷରୁ ଗୁରୁବାର ୩ଟି ବାଲିବୋଝେଇ ଟ୍ରାକ୍ଟର ଜବତ କରାଯିବା ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ପୂର୍ବାହ୍ନରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ବାଗେଡ଼ିଆ ଗସ୍ତରେ ଥିବା ବେଳେ ବାଲିବୋଝେଇ ଟ୍ରାକ୍ଟର ଦେଖି କାଗଜାତ୍ ଯାଞ୍ଚ କରିଥିଲେ । ବିନା କାଗଜପତ୍ରରେ ବାଲି ଚାଲାଣ କରାଯାଉଥିବା ଦର୍ଶାଇ ୨୦ ହଜାର ଟଙ୍କା ଜରିମାନା କରାଯାଇଥିଲା । ସେହିପରି ଅପରାହ୍ନରେ ବ୍ଲକ୍ ଛକ ଓ ଦେବଗଡ଼ ଛକରେ ଦୁଇଟି ବାଲିବୋଝେଇ ଟ୍ରାକ୍ଟର ତହସିଲ୍ ପ୍ରଶାସନ ହାବୁଡ଼ରେ ପଡ଼ିଥିଲା । ଉଭୟ ଗାଡ଼ିରୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଥିବା ଜଣାପଡ଼ିଛି ।

 

Leave A Reply

Your email address will not be published.