ବାଇକ୍‌ ଚୋରି ଘଟଣାରେ ୨ ଗିରଫ

You are currently viewing ବାଇକ୍‌ ଚୋରି ଘଟଣାରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ପୁଲିସ ଶୁକ୍ରବାର ବାଇକ୍‌ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ଣିମିଟ୍‌ କଲେଜର ଏକ ବାଇକ୍‌ ଗୁରୁବାର ଚୋରି ହୋଇଥିଲା। ଏ ନେଇ କର୍ମଚାରୀ ସତ୍ୟବ୍ରତ ଦାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଶୁକ୍ରବାର ପୁଲିସ ସଦର ଥାନା ଅନ୍ଏତର୍କଗତ ବଲାସିଂହା ଗାଁର ନନ୍ଦୁ ଓରଫ ଉପେନ୍ଦ୍ର ପ୍ରଧାନ ଓ ବନ୍ତଳାର ଦୁଷ୍ମନ୍ତ ସାହୁଙ୍କୁ ଗିରଫକରି ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌ କିଛି ବାଇକ୍‌ର ଅଂଶ ଜବତ କରିଛି। ଏମାନଙ୍କ ମଧ୍ୟରୁ ନନ୍ଦୁ ଜଣେ ପେଶାଦାର ବାଇକ୍‌ ଚୋର ହୋଇଥିବା ବେଳେ ଦୁଷ୍ମନ୍ତ ଜଣେ କବାଡ଼ି ଦୋକାନୀ ଅଟେ।

Share

Leave a Reply