ନାବାଳିକାଙ୍କୁ ଅସଦାଚରଣ ଓ ଫଟୋ ଭାଇରାଲ ଅଭିଯୋଗରେ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କ ସମେତ ଦୁଇ ଗିରଫ

You are currently viewing ନାବାଳିକାଙ୍କୁ ଅସଦାଚରଣ ଓ ଫଟୋ ଭାଇରାଲ ଅଭିଯୋଗରେ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କ ସମେତ ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅସଦାଚରଣ ଓ ଅଶ୍ଳୀଳ ଫଟୋ ଭାଇରାଲ କରିବା ଭଳି ଦୁଇଟି ପୃଥକ ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କଣଲୋଇ ଗ୍ରାମର ଆଶିଷ ମାଝୀ ଏବଂ ଜଣେ ୱେବ୍ ଚ୍ୟାନେଲ ସାମ୍ବାଦିକ ସୁଧୀର ଓରଫ ସର୍ବେଶ୍ୱର ସାହୁ ରହିଛନ୍ତି। ବାଗଡ଼ିଆ ଥାନା ପୋଲିସ ଉଭୟଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
ପ୍ରଥମ ଘଟଣା ଅନୁଯାୟୀ, କଣଲୋଇ ଗ୍ରାମର ଆଶିଷ ମାଝୀ ସେହି ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଛାଟିଆ ସ୍ଥାନରେ ତାଙ୍କର ଅଶ୍ଳୀଳ ଫଟୋ ଉଠାଇଥିଲେ। କେବଳ ସେତିକି ନୁହେଁ, ସେହି ଫଟୋକୁ ସେ ନାବାଳିକାଙ୍କ ମା’ଙ୍କ ନିକଟକୁ ପଠାଇ ଘଟଣାକୁ ଭାଇରାଲ କରିଥିଲେ। ଏ ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଶିଷଙ୍କୁ ଗିରଫ କରିଥିଲା।

ଅନ୍ୟପଟେ, ବାଗଡିଆ ଥାନା ଅଞ୍ଚଳରେ କାର୍ଯ୍ୟରତ ୱେବ୍ ସାମ୍ବାଦିକ ସୁଧୀର ସାହୁ ମଧ୍ୟ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ସହ ଫଟୋ ଭାଇରାଲ କରିବା ନେଇ ବିଭିନ୍ନ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ନାବାଳିକାଙ୍କ ପରିବାର ବାଗଡିଆ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ସୁଧିରଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ପରେ ପୋଲିସ ଉଭୟ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରି ସେମାନଙ୍କୁ ଅଦାଲତ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Share

Leave a Reply