ଆମ୍ବେଦକର ଜୟନ୍ତୀ ପାଳିତ, ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

You are currently viewing ଆମ୍ବେଦକର ଜୟନ୍ତୀ ପାଳିତ, ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଅନୁଗୁଳ: ସମ୍ବିଧାନ ପ୍ରଣେତା, ସମାଜ ସୁଧାରକ ଭାରତରତ୍ନ ଡ଼ଃ ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଅନୁଗୁଳ ସହରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଅନୁଗୁଳ ନଗର ବିଜେଡ଼ି ପକ୍ଷରୁ ସ୍ଥାନୀୟ ଆମ୍ବେଦକର ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ସାମିଲ ହୋଇ ବାବା ସାହେବଙ୍କ ଜୀବନୀ ଓ ସମାଜ ପାଇଁ ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ କାଉନସିଲର ସଦାନନ୍ଦ ପଣ୍ଡା, କାଉନସିଲର ରଞ୍ଜିତ୍ ମାଣ୍ଡୋଠିଆ, ଜିଲ୍ଲା ବିଜେଡ଼ି ସମ୍ପାଦକ ଅଜିତ୍ ଦ୍ୱିବେଦୀ, ନଗର ଯୁବ ବିଜେଡି ସଭାପତି ବିଶ୍ବରଂଜନ ସାହୁ ଏବଂ ଗୌର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply