ଅନୁଗୁଳ: ଡିସେମ୍ବର ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ସର୍ବଭରତୀୟ ସ୍ତରରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି। ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୧ ଲକ୍ଷ ୫୮ ହଜାର ଏହି ଶାଖା ଧର୍ମଘଟରେ ଅଂଶଗ୍ରହଣ କରୁଛନ୍ତି। କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନୀତି ବିରୁଦ୍ଧରେ କର୍ମଚାରୀ ମାନେ ଆନ୍ଦୋଳନକୁ ଓଲ୍ହାଇଛନ୍ତି ଏବଂ ବ୍ୟାଙ୍କ ସଂଶୋଧନ ଆଇନ ୨୦୨୧ କୁ ବିରୋଧ କରୁଛନ୍ତି।ଘରୋଇକରଣ ଦ୍ଵାରା ଗ୍ରାହକଙ୍କ ଜମା ପୁଞ୍ଜି ପ୍ରଭାବିତ ହେବା ସହ କର୍ମଚାରୀ ଙ୍କ ସାମାଜିକ ସୁରକ୍ଷା ବାଧା ପ୍ରାପ୍ତ ହେବ ବୋଲି ଅଭିଯୋଗ ହେଉଛି। ଏସବିଆଇ ଅଫିସର ସଂଘ ଜୋନାଲ ସମ୍ପାଦକ ସନତ କୁମାର ସାହୁ,ଷ୍ଟାଫ ସଂଘ ର ସହକାରୀ ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ସାହୁ ଙ୍କ ସମେତ ସଂଘ ନେତା ତପନ ସାହୁ,ରଞ୍ଜନ ସାହୁ,ସୁଶୀଲ ଦାସ ଏବଂ ମନୋରଞ୍ଜନ ସ୍ୱାଇଁ ପ୍ରମୁଖ ଧର୍ମଘଟର ନେତୃତ୍ୱ ନେଇଥିଲେ ।
ଅନୁଗୁଳରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ
- Post published:December 16, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul