ଅନୁଗୁଳରେ ଦୁଇ ଡେଙ୍ଗୁ ରୋଗୀ ଚିହ୍ନଟ

You are currently viewing ଅନୁଗୁଳରେ ଦୁଇ ଡେଙ୍ଗୁ ରୋଗୀ ଚିହ୍ନଟ

ଅନୁଗୁଳ: ଅନୁଗୁଳ ଜିଲ୍ଳାରେ ଡେଙ୍ଗୁ ଏବେ ଡରାଇଲାଣି। ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ଯେତେ ବିଜ୍ଞାପନ ଦେଲେବି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜିର ରିପୋର୍ଟ ମୁତାବକ ଜିଲ୍ଲାରେ ୨ ଜଣ ରୋଗୀ ଚିହ୍ନଟ ହେବା ପରେ ମୋଟ ରୋଗୀଙ୍କ ସଂଖ୍ୟା
୧୮ରେ ପହଞ୍ଚିଛି। ଦ୍ରୁତ ଶିଳ୍ପାୟନ ଯୋଗୁଁ ପ୍ରତିଦିନ ଶହ ଶହ ରୋଗୀ ରାଜ୍ୟ ବାହାରୁ ଅନୁଗୁଳକୁ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଡେଙ୍ଗୁ ଦ୍ଵାରା ସଂକ୍ରମିତ ଥିବା ଜଣା ପଡ଼ିଛି। ସହରରୁ ଆବର୍ଜନା ନିଷ୍କାସନ ଠିକ ରୂପେ ହେଉନଥିବା ବାରମ୍ବାର ଅଭିଯୋଗ ହେଉଛି। ଖୁଦଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୋଷ୍ଟମର୍ଟମ ଘର ସମ୍ମୁଖରେ ଏବଂ ଅମଲାପଡା କେନାଲ ହୁଡ଼ାରେ ଶହଶହ ସଂଖ୍ୟାରେ ପଇଡ ଖୋଳ ପଡ଼ିଥିବାରୁ ଏହା ଡେଙ୍ଗୁ ସମ୍ଭାବନାକୁ ଦ୍ବିଗୁଣିତ କରୁଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପୌର ପାଳିକା ଏଥି ପ୍ରତି ଦୃଷ୍ଟି ନଦେଲେ ପରିସ୍ଥିତି ଯେ ଅଣାୟତ୍ତ ହେବ ଏହା ଜଳ ଜଳ ଦିଶୁଛି ।

Share

Leave a Reply