ବାଇକ ଚୋରି ଅଭିଯୋଗରେ ୨ ଜଣ ଗିରଫ, ୪ ବାଇକ ଜବତ

0

ଅନୁଗୁଳ : ଅନୁଗୁଳ ପୁଲିସ ବାଇକ୍ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବାସହ ୪ଟି ବାଇକ୍ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଅନୁଗୁଳ ଗାନ୍ଧୀମାର୍ଗରେ ଥିବା ଏକ ଡ୍ରେସ୍ ଦୋକାନର ସେଲ୍ସମ୍ୟାନ୍ ସୁଧୀର ବିଶ୍ବାଳଙ୍କ ବାଇକ୍ ମଙ୍ଗଳବାର ଦୋକାନ ସାମ୍ନାରୁ ଚୋରି ହୋଇଥିଲା। ଏ ନେଇ ଶ୍ରୀ ବିଶ୍ବାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଅନୁଗୁଳ ଥାନା ଏସ୍ଆଇ ଏଡ଼ବ୍ଲୁ ଖାନ୍ ସଦଳବଳେ ବୁଧବାର ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ଼ଗପ୍ରସାଦର ଦିବ୍ୟରଞ୍ଜନ ସାହୁ(୨୬) ଓ ପପୁ ଓରଫ ପ୍ରଦ୍ୟୁମ୍ନ ବେହେରା(୨୬)ଙ୍କୁ ଗିରଫକରି ସେମାନଙ୍କଠାରୁ ୪ଟି ଚୋରା ବାଇକ୍ ଉଦ୍ଧାର କରିଛି। ପୁଲିସ୍ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି।

 

Leave A Reply

Your email address will not be published.

error: Content is protected !!