ଉପୁଡ଼ିଲା ଗଛ ଅଳ୍ପକେ ବର୍ତିଲେ ଲୋକେ

You are currently viewing ଉପୁଡ଼ିଲା ଗଛ ଅଳ୍ପକେ ବର୍ତିଲେ ଲୋକେ

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟା ପ୍ରାୟ ଆଠଟା ତିରିଶ ମିନିଟ ସମୟରେ ବସ ଷ୍ଟାଣ୍ଡ ପୋଷ୍ଟ ଅଫିସ ସମ୍ମୁଖରେ ଥିବା ଏକ ବିରାଟ ଅଶ୍ୱସ୍ତ ଗଛ ଉପୁଡ଼ି ପଡିବା ଫଳରେ ସେଠାରେ ଥିବା ଉଠା ଦୋକାନୀ ଅଳ୍ପକେ ବର୍ତିଯାଇଥିବାବେଳେ ଆଠ ଦଶଟି ବାଇକ ଚାପି ହୋଇ ରହିଛି।ଏହାପରେ ସେଠାରେ ଦୋକାନୀଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଗଛ ଶୁଖି ବିପଦ ସଂକୁଳ ଅବସ୍ଥାରେ ଥିବାରୁ ସ୍ଥାନୀୟ ଦୋକାନୀଙ୍କ ପକ୍ଷରୁ ଏହାକୁ କାଟିବା ପାଇଁ ବାରମ୍ବାର ପୌରପାଳିକାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ପୋୖରାପାଳିକ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହେଉଛି।ଖବର ପାଇ ନିର୍ବାହୀ ଅଧିକାରୀ ଆସି ଘଟଣା ସ୍ଥଳ ବୁଲି ଦେଖିଛନ୍ତି।

Share

Leave a Reply