ଅନୁଗୁଳ: ସ୍ଥାନୀୟ ଆଇଡିଆଲ ସ୍କୁଲ ଗାନ୍ଧୀ ମାର୍ଗ ଠାରେ ଉତ୍କଳ କ୍ୟୁକୋସିନ କରାଟେ ର ୪ ର୍ଥ ତାଲିମ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହି ସମାରୋହରେ ସ୍କୁଲର ପ୍ରିଂସିପାଲ ଆଶିଷ ରଂଜନ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ଆତ୍ମରକ୍ଷା କ୍ଷେତ୍ରରେ କରାଟେ ଭଳି ସମରକଳା ଶିଖିବା ନିହାତି ଜରୁରୀ ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ସ୍କୁଲ ପରିଚାଳନା କମିଟିର ସଭାପତି ଅମିତାଭ ମିଶ୍ର,ସମ୍ପାଦକ ଜପକୃଷ୍ଣ ଦାସ,ସମ୍ବାଦ ଅନୁଗୁଳ ସଂସ୍କରଣ ର ମୁଖ୍ୟ ପ୍ରଦ୍ୟୁମ୍ନ ରାଉତ
ସଂଘରର ସଭାପତି ସୁରଞ୍ଜନ ରାଜକୁମାର,ସମ୍ପାଦକ ବବିନ ଚନ୍ଦ୍ର ଗଡ଼ନାୟକ,ଉପସଭାପତି ବିଶ୍ବରଂଜନ ପଟ୍ଟନାୟକ ଏବଂ କରାଟେ ପ୍ରଶିକ୍ଷକ ବାସୁଦେବ ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ
ସମରକଳା ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ।
ଏହି ତାଲିମ କେନ୍ଦ୍ର ରେ ସପ୍ତାହରେ ଦୁଇ ଦିନ କରାଟେ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡିଛି। ଏହି ସମାରୋହରେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ।