ଅନୁଗୁଳ: ହଣ୍ଡପା ବନାଞ୍ଚଳ ପକ୍ଷରୁ ସୋମବାର ନାକଚିଠାରେ ଚଢ଼ଉ କରାଯାଇ ଏକ ପିକ୍ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରାଯାଇଛି। ଉକ୍ତ ଭ୍ୟାନଟି ରେଢାଖୋଲରୁ ଅନୁଗୁଳ ଅଭିମୁଖେ ଆସୁଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ନାକଚିଠାରେ ଉକ୍ତ ଭ୍ୟାନ (ଓଆର ୧୯ ଏମ୍ ୧୨୬୬)କୁ ଅଟକ ରଖାଯାଇଥିବା ବେଳେ ଭ୍ୟାନ୍ ଚାଳକ ଗାଡ଼ି ଛାଡି ପଳାଇଥିଲା। ବନ ବିଭାଗ ପକ୍ଷରୁ ଭ୍ୟାନରୁ ଶାଳକାଠ ଜବତ କରାଯାଇଥିଲା।ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ହଣ୍ଡପା ବନାଞ୍ଚଳ ଅଧିକାରୀଙ୍କଠାରୁ ପ୍ରକାଶ। ଏ ସଂପର୍କରେ ବନ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ଏ ନେଇ କାହାରିକୁ ଗିରଫ କରାଯାଇ ନାହିଁ।
ଭ୍ୟାନ୍ ସହ ଶାଳ କାଠ ଜବତ
- Post published:June 29, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
