ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୯ତମ ପୁଣ୍ୟତିଥି ପାଳିତ, ୭୦୩ ୟୁନିଟ ରକ୍ତ ସଂଗୃହୀତ

You are currently viewing ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୯ତମ ପୁଣ୍ୟତିଥି ପାଳିତ, ୭୦୩ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଓପି ଜିନ୍ଦଲ ଗ୍ରୁପର ପ୍ରାଣ ପ୍ରତିଷ୍ଠାତା ଓପି ଜିନ୍ଦଲ(ବାଉଜି) ଙ୍କ ୧୯ ତମ ପୁଣ୍ୟତିଥି ଅବସରରେ ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି) ପକ୍ଷରୁ ଶନିବାର ଏକାଧିକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ରକ୍ତଦାନ ଶିବିରରେ ମୋଟ ୭୦୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି।
ଏକ ସାଧାରଣ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଓମ ପ୍ରକାଶ ଜିନ୍ଦଲ ତାଙ୍କର ଦୃଢ ଇଚ୍ଛାଶକ୍ତି ଫଳରେ ଜଣେ ସଫଳ ବ୍ୟବସାୟୀ ହେବା ସହ ଅପାର ସଫଳତା ଲାଭ କରିଥିଲେ। ସେ ଓପି ଜିନ୍ଦଲ ଗ୍ରୁପ ସମୂହକୁ ପ୍ରତିଷ୍ଠା କରିଥିଲେ। ବେଙ୍ଗଲ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଭାରତର ଇସ୍ପାତ ଶିଳ୍ପ ନିମନ୍ତେ ବହୁ ମୂଲ୍ୟ ଅବଦାନ ପାଇଁ ତାଙ୍କୁ ସମ୍ମାନଜନକ “ଜୀବନ ବ୍ୟାପୀ ସାଧନା” ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Share

Leave a Reply