ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା, ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ

You are currently viewing ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା, ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ

ଅନୁଗୁଳ: ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିବା ପରେ ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଫାଣ୍ଡି ଛକ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ଏଠାକାର ଶରତ ଖୁଣ୍ଟିଆ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ଇନ୍ଦିରା ଖୁଣ୍ଟିଆକୁ ଗାମୁଛା ଦ୍ୱାରା ତଣ୍ଟି ଚିପି ହତ୍ଯା କରିଛନ୍ତି। ସ୍ତ୍ରୀକୁ ମାରିବା ପରେ ଶରତ ରେଙ୍ଗାଳି ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାଯାଇଛି। ଖବର ପାଇ ରେଙ୍ଗାଳି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହିତ କେସ୍ ନମ୍ବର ୧୪୮ / ୨୩ରେ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାଳଲହଡା ଡ଼ାକ୍ତରଖାନା ପଠାଇଛନ୍ତି। ଅଭିଯୁକ୍ତ ସ୍ୱାମୀ ଶରତକୁ ଅଧିକ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଥିବା ନେଇ ରେଙ୍ଗାଳି ଥାନାଧିକାରୀ ସତୀଶ କୁମାର ଲେଙ୍କା ସୂଚନା ଦେଇଛନ୍ତି।

Share

Leave a Reply