ଅନୁଗୁଳ: ଆଜି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧରପ୍ରସାଦ ଅଞ୍ଚଳର ଜଣେ ବ୍ୟକ୍ତି ସମୀର ଅମାନ୍ତ ତାଙ୍କ ସ୍ତ୍ରୀଙ୍କୁ ଅନୁଗୁଳ ମେଡ଼ିକାଲର ଏମସିଏଚ ବିଭାଗରେ ଭର୍ତି କରାଇବା ପରେ ତଳକୁ ଆସି ନିଜର ଏକ ଦାମିକା ମୋବାଇଲ ଟିକୁ ଚାର୍ଜରେ ବସାଇଥିଲେ। ଏହିସମୟରେ ଜଣେ ବ୍ୟକ୍ତି ନିଜକୁ ଆମ୍ବୁଲାନ୍ସ ଚାଳକ କହି ତାଙ୍କ ସହ ଦୋସ୍ତୀ ବନାଇଥିଲେ।ଏହି ସମୟରେ ସମୀର ସାମାନ୍ୟ ଅନ୍ୟମନସ୍କ ହେବାରୁ ଏଇ ସୁଯୋଗରେ ଚାଳକ କହୁଥିବା ବ୍ୟକ୍ତି ଜଣକ ମୋବାଇଲ ନେଇ ଫେରାର ହୋଇଯାଇଥିବା ସମୀର ଅଭିଯୋଗ କରିଛନ୍ତି।ତେବେ ସମୀର ଥାନାରେ ମୋବାଇଲ ହଜି ଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ।
ଅନୁଗୁଳ ମେଡ଼ିକାଲରୁ ମୋବାଇଲ ଚୋରି
- Post published:December 5, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul